ଢେଙ୍କାନାଳ ଶ୍ରୀକରଣ ସମାଜର ବାର୍ଷିକ ଅଧିବେଶନ ଅନୁଷ୍ଠିତ !

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ମହକୁମାସ୍ଥିତ ସ୍ଥାନୀୟ ଗୋପିନାଥ ଗାର୍ଡେନ୍ ଠାରେ ଶ୍ରୀକରଣ ସମାଜର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ବୟୋଜ୍ୟେଷ୍ଠ ସଭ୍ୟ ଡାଃ ଉମେଶ ଚନ୍ଦ୍ର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ପ୍ରତିଷ୍ଠାତା ସଭ୍ୟ ୰ ଶୁଭ୍ରାଂଶୁ କୁମାର ପଟ୍ଟନାୟକଙ୍କ ବିୟୋଗରେଦୁଇ ମିନିଟ୍ ନୀରବ ପ୍ରାର୍ଥନା ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଶ୍ରୀକରଣ ସମାଜର ସମ୍ପାଦକ ବସନ୍ତ କୁମାର
ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ସଭା ସଂଚାଳକ ଲୁଲୁ ପଟ୍ଟନାୟକ ଗତ ବାର୍ଷିକ ଅଧିବେଶନର ବିବରଣୀ ପଠନ କରିଥିଲେ ଓ
ଏହା ସଭାରେ ଗୃହୀତ କରାଯାଇଥିଲା । ମଂଚାସୀନ ସଭ୍ୟବୃନ୍ଦ ଉପଦେଷ୍ଟା ଦୀପ୍ତିଶ ପ୍ରସାଦ ପଟ୍ଟନାୟକ, ସଂପାଦକ ବସନ୍ତ
କୁମାର ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ସଙ୍କଟ ଭଞ୍ଜନ ପଟ୍ଟନାୟକ ଓ ମଂଚାସୀନ ସଭ୍ୟ ଅକ୍ଷୟ କୁମାର ପଟ୍ଟନାୟକ,
ନିର୍ମଳ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ରହି ଶ୍ରୀକରଣ ସମାଜର ବିଭିନ୍ନ ଦିଗ ପ୍ରତି ଆଲୋଚନା କରିଥିଲେ । ଲୁଲୁ ପଟ୍ଟନାୟକ
ସରକାରଙ୍କ ସଂରକ୍ଷଣ ନୀତି ଯୋଗୁ କିପରି ସୁଶିକ୍ଷିତ ଦକ୍ଷ କରଣ ପିଲାମାନେ ଅବହେଳିତ ହେଉଛନ୍ତି ଏବଂ ଅପାରଗ ପିଲାମାନେ
ସଂରକ୍ଷଣର ଫାଇଦା ନେଇ ଉଚ୍ଚଶିକ୍ଷା ଏବଂ ପ୍ରଶାସନରେ ଅବସ୍ଥାପିତ ହୋଇ ଉଚିତ୍ ସେବା ଜନସାଧାରଣଙ୍କୁ ଯୋଗାଇବାରେ
ବିଫଳ ହେଉଛନ୍ତି ସେ ସମ୍ବନ୍ଧରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ତତ୍‌ପରେ ଢେଙ୍କାନାଳ କରଣମାନଙ୍କର ବଂଶାନୁ
ଚରିତ ତଥା ଫଟୋ ସମ୍ବଳିତ ଏକ ପୁସ୍ତିକା ପ୍ରକାଶନ ପାଇଁ ଅଦ୍ୟ ସଭାରେ ନିଷ୍ପତି ଗ୍ରହଣ କରାଯାଇଥିଲା । ପରେ ଶ୍ରୀକରଣ
ସମାଜର ନୂତନ କର୍ମକର୍ତା ଚୟନ କରାଯାଇ ଉପଦେଷ୍ଟା ଦୀପ୍ତିଶ ପ୍ରସାଦ ପଟ୍ଟନାୟକ, ସଭାପତି ସଙ୍କଟ ଭଞ୍ଜନ ପଟ୍ଟନାୟକ,
ଉପସଭାପତି ଭାବେ ଦିପ୍ତୀମୟ ପଟ୍ଟନାୟକ, ଦିଗନ୍ତଜ୍ୟୋତି ପଟ୍ଟନାୟକ ଓ ସତ୍ୟଜିତ୍ ପଟ୍ଟନାୟକ, ସଂପାଦକ ଭାବେ ବସନ୍ତ
କୁମାର ପଟ୍ଟନାୟକ, କାର୍ଯ୍ୟ ନିର୍ବାହୀ ସଂପାଦକ ଅବିନାଶ ପଟ୍ଟନାୟକ, ଯୁଗ୍ମ ସଂପାଦକ ଆଶୁତୋଷ ପଟ୍ଟନାୟକ ଓ ଅଶ୍ୱିନୀ
କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ଅଶୋକ କୁମାର ପଟ୍ଟନାୟକ, କାର୍ଯ୍ୟକାରୀ ସଭ୍ୟ ଭାବେ ରଞ୍ଜନ କୁମାର ପଟ୍ଟନାୟକ,
ପାର୍ଥସାରଥି ପଟ୍ଟନାୟକ, ଅଜାତଶତ୍ରୁ ପଟ୍ଟନାୟକ, ଶାନ୍ତନୁ କୁମାର କାନୁନ୍‌ଗୋ, ସନ୍ଦିପ କୁମାର ପଟ୍ଟନାୟକ ପ୍ରମୁଖଙ୍କୁ ଦାୟିତ୍ୱ
ଦିଆଯାଇଥିଲା । ଏତଦ୍‌ବ୍ୟତୀତ ସଭାରେ ଦାମୋଦର ପଟ୍ଟନାୟକ, ପ୍ରସନ୍ନ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ, ହେମନ୍ତ
ପଟ୍ଟନାୟକ, ନିରୋଦ ପଟ୍ଟନାୟକ, ନିଖିଲ ମହାନ୍ତି, ଶରତ ପଟ୍ଟନାୟକ, ସୁଶିଲ ପଟ୍ଟନାୟକ, ନଚିକେତା ପଟ୍ଟନାୟକ,
ବାଣେଶ୍ୱର ପଟ୍ଟନାୟକ, ସୁଧୀର ପଟ୍ଟନାୟକ, ଚିତରଞ୍ଜନ ପଟ୍ଟନାୟକ, ଯଶୋବନ୍ତ ପଟ୍ଟନାୟକ, ଅରୁଣ ମହାନ୍ତି, ଅରୁଣ
ପଟ୍ଟନାୟକ, ସତ୍ୟ ନାରାୟଣ ପଟ୍ଟନାୟକଙ୍କ ସମେତ ୫୫ଜଣ ସଭ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

16 + 17 =