ସ୍ଵାଧୀନ ଭାରତ ରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହଉ !

ଢ଼େଙ୍କାନାଳ : ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଙ୍କଡାହାଡ଼ ବ୍ଲକ ଗଡପଳାଶୁଣି ଗ୍ରାମ ପଞ୍ଚାୟତର ଜରଡ଼ା ଗ୍ରାମର ଅସହାୟ ବୃଦ୍ଧା ବଦୁନି ପଧାନ ଦୀର୍ଘ ପାଞ୍ଚ ମାସ ହେବ ରୋଗଗ୍ରସ୍ତ ଅବସ୍ଥାରେ ରେ ପଡିଥିବା ବେକେ ପୂର୍ବରୁ ତାଙ୍କ ସ୍ୱାମୀ ପ୍ରାଣତ୍ୟାଗ କରିଥିବା ବେଳେ ଏହି କିଛି ମାସ ହେବ ସାନ ପୁଅ କୁ ହରେଇ ଭାଙ୍ଗି ପଡି ଅଛନ୍ତି ଏହି ଦୁଃଖଦ ଖବର ପାଇ ଯୁବଶକ୍ତି ର ଅଧ୍ୟକ୍ଷ ତଥା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସୁଖ ଦୁଃଖର ସାଥି ଲୋକପ୍ରିୟ ବିଜେଡି ଯୁବନେତା ହିମାଂଶୁ ଭୂଷଣ ବାରିକ ପହଞ୍ଚି ପରିବାର ବର୍ଗ ଙ୍କୁ ସମବେଦନା ଜଣାଇବା ସହ ସାହାଯ୍ୟ ସହଯୋଗ ର ହାତ ବଢାଇଥିଲେ, ପରିବାର କୁ ସରକାର ଙ୍କ ପକ୍ଷରୁ କେବଳ ରାସନ ଚାଉଳ ମିଳୁଥିବା ବେଳେ ବାର୍ଦ୍ଧକ୍ୟ ଭତ୍ତା ଏବଂ ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ହୋଇ ଅଛନ୍ତି, ଏହି ଖବର କଙ୍କଡାହାଡ଼ ବିଡ଼ିଓ ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରି ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ପକା ଘର ଏବଂ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେବା ପାଇଁ ବିଡ଼ିଓ ଙ୍କୁ ଅନୁରୋଧ କରିଥିଲେ, ବିଡିଓ ତାଙ୍କ ପ୍ରଶାସନିକ କର୍ମଚାରୀ ଙ୍କୁ ପଠେଇ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Leave A Reply

Your email address will not be published.

four × three =