ମୁଖ୍ୟମନ୍ତ୍ରୀଙ୍କ ୭୭ତମ ଜନ୍ମ ଜୟନ୍ତୀ ପାଳିତ : ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ !
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ଆମ ପ୍ରତିଭା ଆମ ସମ୍ମାନ” ପକ୍ଷରୁ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଅଛି । କାମାକ୍ଷାନଗର ଉପଖଣ୍ଡ କଙ୍କଡାହାଡ ବ୍ଲକ୍ର କନିଷ୍ଠ ମହାବିଦ୍ୟାଳୟ ପରିସରରେଅନୁଷ୍ଠାନର ଉପସଭାପତି କୋଦଣ୍ଡଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶରେ ମୁଖ୍ୟ ଅତିଥି ଭାବେ ପରଜଙ୍ଗ ବିଧାୟକ ଡା. ନୃସିଂହ ସାହୁ ଯୋଗଦେ
ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁ ଏହି ବ୍ଲକ୍ରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ବିଶିଷ୍ଟ ବ୍ୟକ୍ତିବେଶେଷ, ସଫଳ ଚାଷୀ, ପୂର୍ବତନ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତକରାଯାଇଥିବା ଉଦ୍ୟମକୁ ଭୂୟସୀ ପ୍ରଶଂସା କରି ଅନୁଷ୍ଠାନର ଭବିଷ୍ୟତ ଉଜ୍ୱଳମୟ ହେଉ ବୋଲି କାମନା କରିଥିଲେ । ଏହି ସଭାରେ ସମ୍ମାନିତ ଅତିଥି ଭାବେ
ଜିଲ୍ଲାପରିଷଦ ସଭାପତି ଅର୍ଚ୍ଚନା ପୁହାଣ ଯୋଗଦେଇ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୀର୍ଘ ଜୀବନ କାମନା କରିବା ସହିତ ବିଶେଷକରି ମାତୃଶକ୍ତିରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା କିପରି ଗ୍ରାମାଂଚଳରେ ସଫଳ ଭାବେ କାର୍ଯ୍ୟକାରୀ ହୋଇପାରୁଛି ତାହା ଉଲ୍ଲେଖ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା
ଢେଙ୍କାନାଳ ସାଂସଦ ମହେଶ ସାହୁ ତାଙ୍କ ବକ୍ତବ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଦୀର୍ଘ ଜୀବନ କାମନା କରିବା ସହିତ ଭାରତବର୍ଷରେ ୧ ନମ୍ବର ମୁଖ୍ୟମନ୍ତ୍ରୀଙ୍କରମାନ୍ୟତା କେବଳ ସ୍ୱଚ୍ଛ ଶାସନ ଏବଂ ଲୋକପ୍ରିୟତା ପାଇଁ ହୋଇପାରିଛି ବୋଲି କହିଥିଲେ । ଆଜିର ଦିନରେ ସାଢେ ଚାରିକୋଟି ଜନମାନସରେ ମୁଖ୍ୟମନ୍ତ୍ରୀ
ନିଜର ଦକ୍ଷତା ବଳରେ ପ୍ରତିଟି ଜନମାନସରେ ନିଜକୁ ପରିଚିତ କରାଇ ପାରିଛନ୍ତି । ଯାହାକି ଅନ୍ୟ କୌଣସି ନେତାଙ୍କ ପାଖରେ ମିଳିବା ଅସମ୍ଭବ । ଏହା କେବଳନବୀନ ବାବୁଙ୍କ ସରଳ, ନିଷ୍କପଟ ଓ ଲୋକପ୍ରିୟତା ପାଇଁ ଆଜି ସମ୍ଭବ ହୋଇପାରିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଓଡିଶା ସାହିତ୍ୟ ଏକାଡେମୀର
ସଦସ୍ୟା ଡଃ. ପୁଷ୍ପଲତା ରଥ ତାଙ୍କ ବକ୍ତବ୍ୟରେ ଆମ ପ୍ରତିଭା ଆମ ସମ୍ମାନ ଅନୁଷ୍ଠାନ ବିଭିନ୍ନ ସମୟରେ ମହାପୁରୁଷମାନଙ୍କର ଜନ୍ମ ଜୟନ୍ତୀ ଓ ଶ୍ରାଦ୍ଧ ଦିବସରେକୃତକାର୍ଯ୍ୟ କରିଥିବା ନାଗରିକମାନଙ୍କୁ ସମ୍ବର୍ଦ୍ଧିତ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବାରୁ ଏହି ଅନୁଷ୍ଠାନ କ୍ରମାନୁସାରେ ଜିଲ୍ଲାରେ ଲୋକମାନଙ୍କର
ଆସ୍ଥାଭାଜନ ହୋଇପାରିଛି । ଅନ୍ୟମାନଙ୍କ ମଧ୍ୟରେ କଙ୍କଡାହାଡ ବ୍ଲକ୍ ଅଧ୍ୟକ୍ଷା ଚାରୁଲତା ମିଶ୍ର, ଉପାଧ୍ୟକ୍ଷା ଦୀପା ସାହୁ, କାମାକ୍ଷାନଗର ବିଜ୍ଞାପିତ ଅଂଚଳ ପରିଷଦଅଧ୍ୟକ୍ଷ ଧର୍ମାନନ୍ଦ ପରିଡା, ବ୍ଲକ୍ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ଭୁବନ ବ୍ଲକ୍ ଅଧ୍ୟକ୍ଷା ସିପ୍ରା ବରାଳ, ଏନ୍.ଏ.ସି. ଅଧ୍ୟକ୍ଷ ଶୁଭେନ୍ଦୁ ସାହୁ, ପରଜଙ୍ଗ ଜିଲ୍ଲାପରିଷଦ ସଦସ୍ୟ
ନୀରାକାର ପ୍ରଧାନ, ଗଁଦିଆ ବ୍ଲକ୍ ଅଧ୍ୟକ୍ଷା ରୀନାରାଣୀ ଖଟୁଆଙ୍କ ବ୍ୟତୀତ କଙ୍କଡାହାଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯଶୋବନ୍ତ ଦେହୁରୀ, ବ୍ଲକ୍ ଶିକ୍ଷାଧିକାରୀ ସାଗରଟୁଡୁ, ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ଏବଂ ବ୍ଲକ୍ର ସମସ୍ତ ଜିଲ୍ଲାପରିଷଦ ସଦସ୍ୟ, ସରପଂଚ, ସମିତି ସଭ୍ୟ ପ୍ରମୁଖ ଉପସ୍ଥିତଥିଲେ । ଏହି କାର୍ଯ୍ୟକ୍ରମ ରେ ୨୧ଟି ପଂଚାୟତର ସଫଳ କୃଷକ, ବିଶିଷ୍ଟଶିକ୍ଷାବିତ୍, ସମାଜସେବୀ ଓ ରାଜନେତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ତଥା ଆମପ୍ରତିଭା ଆମ ସମ୍ମାନର ସଂପାଦକ କାର୍ତିକ ଚନ୍ଦ୍ର ସାହୁଙ୍କ ଆୟୋଜନରେ ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରି ସ୍ଥାନୀୟ ଶିବ ମନ୍ଦିରରେ ପ୍ରଦୀପ
ପ୍ରଜ୍ୱଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭୁବନ ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ତଥା ଆମ ପ୍ରତିଭା ଆମ ସମ୍ମାନର ସଂପାଦକ ଧର୍ମାନନ୍ଦ ବରାଳ ବିବରଣୀ ପାଠ କରିଥିବା ବେଳେ ସତ୍ୟନାରାୟଣ କର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।