ଢ଼େଙ୍କାନାଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୦୨ ଗାନ୍ଧୀ ଜୟନ୍ତୀ ଠାରୁ ଡିସେମ୍ବର ୨୬ ପ୍ରତିଷ୍ଠା ଦିବସ ପର୍ଯ୍ୟନ୍ତ ଜନସମ୍ପର୍କ ଓ ସେବାକର୍ଯ୍ୟ ପରିପ୍ରେକ୍ଷୀରେ ଆଜି ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଙ୍କଡାହାଡ଼ ବ୍ଲକ କଣ୍ଟାପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ “ଯୁବଶକ୍ତି” ସମର୍ପିତ ଓଡିଶା ପକ୍ଷରୁ ଫଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯୁବଶକ୍ତି ର ଅଧ୍ୟକ୍ଷ ତଥା ପର୍ଜଙ୍ଗ ନିର୍ବାଚନ ମଣ୍ଡଳୀ ର ସୁଖ ଦୁଃଖର ସାଥି ଲୋକପ୍ରିୟ ବିଜେଡି ଯୁବନେତା ହିମାଂଶୁ ଭୂଷଣ ବାରିକ ପହଞ୍ଚି ମେଡ଼ିକାଲ ରେ ଫଳ ବଣ୍ଟନ କରିବା ସହ କହିଥିଲେ ରାଜ୍ୟ ସରକାର ଙ୍କ ପକ୍ଷରୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ଓ ଜନକଲ୍ୟାଣ ଯୋଜନା ଦ୍ୱାରା ଆମ ଅଞ୍ଚଳର ଲୋକମାନେ ଉପକୃତ ହେଉ ଅଛନ୍ତି । କଙ୍କଡାହାଡ଼ ବ୍ଲକର କଣ୍ଟାପାଳ ଏବଂ ଆଖ ପାଖ ଅଞ୍ଚଳ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଅଞ୍ଚଳର ଲୋକମାନେ ଏହି ମେଡ଼ିକାଲ ଉପରେ ନିର୍ଭର କରି ଥାନ୍ତି ଏଣୁ କଣ୍ଟାପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆହୁରି କେମିତି ଅଧିକ ଯନ୍ତ୍ରପାତି ରହିବା ସହ ଅଲ୍ଟ୍ରାସାଉଣ୍ଡ ଏବଂ ଅତ୍ୟାଧୁନିକ ଚିକିତ୍ସା ଉପରେ ସରକାର ଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଗଲେ କଣ୍ଟାପାଳ ସମେତ କଙ୍କଡାହାଡ଼ ଅଞ୍ଚଳର ସମସ୍ତ ଜନସାଧାରଣ ଉପକୃତ ହୋଇପାରିବେ । ଅନ୍ୟ ମାନଙ୍କ ମଧ୍ୟରେ ଫାର୍ମାସିଷ୍ଟ ବୃନ୍ଦାବନ ସେଠୀ,ସେଫାଳିକା ସାମଲ, ସ୍ମୁତିରେଖା ବିଶ୍ୱାଳ , ସମାଜସେବୀ ସୁବ୍ରତ ନାୟକ, ଏବଂ ମେଡ଼ିକାଲ କର୍ମଚାରୀ ଉପସ୍ଥିତ ରହିଥିଲେ ।