ଭୁବନ ବିଜେଡି ତରଫରୁ ଜନ ସମ୍ପର୍କ ପଦଯାତ୍ରା ଉଦଯାପିତ !

ଢ଼େଙ୍କାନାଳ : ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ବିଜେଡି ର ଜନ ସମ୍ପର୍କ ପଦଯାତ୍ରା ଆଜି ୧୧ ତାରିଖ ଜୟପ୍ରକାଶ ନାରାୟଣ ଜୟନ୍ତୀ ଅବସରରେ ଉଦଯାପିତ ହୋଇଯାଇଛି । ଭୁବନ ଏନ୍ ଏ ସି ବିଜେଡି ସଭାପତି ନରେନ୍ଦ୍ର କୁମାର ସାହୁ ଙ୍କ ନେତୃତ୍ୱରେ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରୁ ଜନସଂପର୍କ ପଦଯାତ୍ରା ବାହାରି ବିଭିନ୍ନ ୱାର୍ଡ ପରିକ୍ରମା କରିଥିଲା । ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ସମ୍ମାନିତ ଅତିଥି ଭାବେ ସାଂସଦ ମହେଶ ସାହୁ ଯୋଗଦେଇ ବିଭିନ୍ନ ସାହି ଓ ଛକ ମାନଙ୍କରେ ପଥପ୍ରାନ୍ତ ସଭା କରି ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ୧୦ ବର୍ଷ ପୂର୍ବେ ବିଦେଶରୁ କଳାଧନ ଫେରିବ,ଆଉ ପ୍ରତ୍ୟେକ ବ୍ୟକ୍ତି ୧୫ ଲକ୍ଷ ଟଙ୍କା ପାଇବେ ବୋଲି ପ୍ରତିଶ୍ରୁତି ଦେଇ କ୍ଷମତା ହାସଲ କରିଥିବା ମୋଦି ସରକାର ଲୋକଙ୍କୁ ଠକି ଦେଇଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ ପରିବାର ପାଇଁ ବର୍ଷକୁ ୧୫ ଲକ୍ଷ ଟଙ୍କା ଚିକିତ୍ସା ଖର୍ଚ୍ଚ ଯୋଗାଇ ଦେଉଛନ୍ତି ବୋଲି ସାଂସଦ ମହେଶ ସାହୁ ଲୋକଙ୍କୁ ବୁଝାଇଥିଲେ । ସ୍ବାସ୍ଥ୍ୟସେବା ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ଦେଶରେ ରୋଲ୍ ମଡେଲ ସାଜିଛନ୍ତି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଯୁଗାନ୍ତକାରୀ ଯୋଜନା ଏବଂ ସମଗ୍ର ଦେଶରେ ସବୁଠାରୁ ଉତ୍ତମ ସ୍ବାସ୍ଥ୍ୟ ଯୋଜନା ବୋଲି ସାଂସଦ ମହେଶ ସାହୁ ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପଦଯାତ୍ରା କରି ଗାଁ ର ବିକାଶ ପାଇଁ ରାଜ୍ୟ ସରକାର ଆମ ଓଡ଼ିଶା , ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି ବୋଲି କହିଥିଲେ। ଆସନ୍ତା ନିର୍ବାଚନ ରେ ଆପଣ ମାନେ ପୁନର୍ବାର ବିଜେଡି କୁ ଭୋଟ ଦେଇ ଓଡ଼ିଶା ବିକାଶ ରେ ସାମିଲ ହେବାକୁ ନିବେଦନ କରିଥିଲେ । ଏହି ପଦଯାତ୍ରାରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ସମେତ ଶାସକ ଦଳର ସମସ୍ତ କାଉନସିଲର,ବିଜୁ ଯୁବ,ଛାତ୍ର ଓ ମହିଳା କାର୍ଯ୍ୟକର୍ତ୍ତା ମାନଙ୍କ ସହ ଶତାଧିକ ଦଳୀୟ କର୍ମୀ ଯୋଗଦେଇଥିଲେ । ପଦଯାତ୍ରା ପରେ ସାଂସଦ ଏବଂ ମନ୍ତ୍ରୀ ସହିଦ ବାଜି ରାଉତ ଙ୍କ ଶ୍ରାଦ୍ଧୋତ୍ସବରେ ଯୋଗ ଦେଇଥିଲେ ଓ ନିଳକଣ୍ଠପୁର ଗ୍ରାମରେ ମଧ୍ୟ ପଦଯାତ୍ରା କରି ରାଜ୍ୟ ସରକାର ଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ।

Leave A Reply

Your email address will not be published.

12 + fourteen =