ସ୍ଵାଧୀନ ଭାରତ ରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହଉ !

ଦୁଇ ଅନାଥ ଙ୍କୁ ଯୁବଶକ୍ତି ଅଧ୍ୟକ୍ଷ ହିମାଂଶୁ ବାରିକ ଙ୍କର ସହାୟତା !

କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ଗ୍ରାମର ହେମନ୍ତ ପ୍ରଧାନ ଏବଂ ତାଙ୍କ ପତ୍ନୀ ମୁକ୍ତା ପ୍ରଧାନ ଏହି କିଛି ଦିନ ପ୍ରାଣ ହରାଇଥିବା ବେଳେ ତାଙ୍କର ନାବାଳକ ପୁଅ ଗୁରୁ ପ୍ରଧାନ ଓ ଝିଅ ଏଲୀନା ପ୍ରଧାନ ଅନାଥ ହୋଇ ପଡି ଅଛନ୍ତି। ଏହି ଦୁଃଖଭରା ଖବର ପାଇ ଯୁବଶକ୍ତି ର ଅଧ୍ୟକ୍ଷ ତଥା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସୁଖ ଦୁଃଖର ସାଥି ଲୋକପ୍ରିୟ ବିଜେଡି ଯୁବନେତା ହିମାଂଶୁ ଭୂଷଣ ବାରିକ ପହଞ୍ଚି ଦୁଃଖ ପ୍ରକାଶ କରିବା ସହ ସମବେଦନା ଜଣାଇଥିଲେ । ଅନାଥ କୁନି ପୁଅ ଝିଅ ଙ୍କ ନିମନ୍ତେ ଫଳ ସେଓ, କଦଳୀ, କମଳା, ବିସ୍କୁଟ,ବ୍ରେଡ଼ ଦେବା ସହ ଅନ୍ୟାନ୍ୟ ଯେତେବେଳେ ଯାହା ଦରକାର ପଡିବ ସାହାଯ୍ୟ ସହଯୋଗ କରିବେ ବୋଲି ଅନାଥ ପିଲାମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅନାଥ ପିଲାମାନଙ୍କୁ ଅନ୍ୟ ମାନେ ସାହାଯ୍ୟ ସହଯୋଗ କରିବା ପାଇଁ ଆଗେଇ ଆସିବା ପାଇଁ ନିବେଦନ ମଧ୍ୟ କରିଥିଲେ ଏବଂ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅନାଥ ଭାଇ ଭଉଣୀ ମାନଙ୍କର ସମସ୍ତ ପଢିବା ଖର୍ଚ୍ଚ ଏବଂ ଅନ୍ୟାନ୍ୟ ସରକାରୀ ସାହାଯ୍ୟ ସହଯୋଗ କରିବା ପାଇଁ ଗଣମାଧ୍ୟମ ଜରିଆରେ ନିବେଦନ କରିଥିଲେ ।

Leave A Reply

Your email address will not be published.

three × 1 =