ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ରେ ମହାତ୍ମା ଗାନ୍ଧୀ  ଓ ଲାଲ୍ ବାହାଦୂର ଶାସ୍ତ୍ରୀ ଜୟନ୍ତୀ -୨୦୨୩ ପାଳିତ  !

ଢେଙ୍କାନାଳ : ସ୍ଥାନୀୟ ଶତାୟୁ ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୂର ଶାସ୍ତ୍ରୀ ଜୟନ୍ତୀ -୨୦୨୩ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ , ବରିଷ୍ଠ ସହକାରୀ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ ଛାତ୍ରୀ ଛାତ୍ର ବୃନ୍ଦ ଓ  ଶିକ୍ଷୟିତ୍ରୀ ଶିକ୍ଷକ ବୃନ୍ଦ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କର ଜୀବନୀ  ଓ ଏହି ମହାପୁରୁଷ ଦ୍ବୟଙ୍କ ଜୟନ୍ତୀ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଅତି ସୁନ୍ଦର ଭାବରେ ସ୍ୱ ସ୍ୱ ବକ୍ତବ୍ୟ ରଖିଥିଲେ । ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ସଭାପତି ଡ଼ା ଦେବୀ ପ୍ରସାଦ ମିଶ୍ର,ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ ମହାମାନବ ମହାତ୍ମା ଗାନ୍ଧୀ  ଓ ଶାନ୍ତିଦୂତ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜୀବନୀକୁ ସବିଶେଷ ଆଲୋଚନା କରି ସତ୍ୟ, ଅହିଂସା,ଶାନ୍ତି,ନ୍ୟାୟ,ଦୟା,କ୍ଷମା ଆଦି ସେମାନଙ୍କର ଦେବ ସୁଲଭ ଗୁଣ ଓ ଆଦର୍ଶସବୁରେ ଅନୁପ୍ରାଣିତ ହୋଇ ସମସ୍ତେ ଏହି ମହାପୁରୁଷ ଦ୍ବୟଙ୍କ ଜୀବନଚର୍ଯ୍ୟାକୁ ନିଜ ନିଜ ଜୀବନରେ ପ୍ରୟୋଗ ଓ ପ୍ରତିଫଳିତ କରିବାକୁ ଚେଷ୍ଟିତ ହୋଇ ସଫଳ ହେଲେ ଏ ଦୁର୍ଲ୍ଲଭ ମାନବ ଜୀବନର ସାର୍ଥକତା ପ୍ରତିପାଦିତ ହୋଇପାରିବ ବୋଲି ଦୃଢ଼ ମତପୋଷଣ କରିଥିଲେ। ଡା.ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ,ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନର ଆଭିମୁଖ୍ୟ ବର୍ଣ୍ଣନା,ସଭାପତି ଭାବରେ କାର୍ଯ୍ୟକ୍ରମର ସଫଳ ପରିଚାଳନା ଓ ସଂଯୋଜନା କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଆଲୁମିିନି ଆସୋସିଏସନର ସଭ୍ୟ ସଭ୍ୟା ବୃନ୍ଦ,ଅଭିଭାବକ, ଅଭିଭାବିକା ଓ ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ   ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ, ବିଦ୍ୟାଳୟରେ ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। 

Leave A Reply

Your email address will not be published.

20 + 8 =