ଢେଙ୍କାନାଳ : ସ୍ଥାନୀୟ ଗାନ୍ଧୀ ମନ୍ଦିରଠାରେ ଜିଲ୍ଲା କଂଗ୍ରେସ ଦ୍ୱାରା ଜାତିର ଜନକ ମହାତ୍ମାଗାନ୍ଧୀ ଓଶାନ୍ତିଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ କରାଯାଇଅଛି । ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ
ଉଭୟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ଯ ତଥା ଧୂପ ଦୀପ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ସଭାରେ ପୂର୍ବତନ ମନ୍ତୀ ନବୀନ ଚନ୍ଦ୍ରନାରାୟଣ ଦାସ,ଜିଲ୍ଲା କଂଗ୍ରେସ ମୁଖପାତ୍ର ନିର୍ମଳ ମିଶ୍ର,ପୂର୍ବତନ ମୁଖପାତ୍ର ପ୍ରେମ ଶଙ୍କର ମିଶ୍ର,ବିପ୍ରବର ସାହୁ,ମହିଳା କଂଗ୍ରେସ ସଭାନେତ୍ରୀସ୍ମିତାରାଣୀ ସାମଲ ପ୍ରମୁଖ ଗାନ୍ଧିଜୀଙ୍କ ସରଳ ଜୀବନ ଯାପନ ତଥା ବିଦେଶୀ ବସ୍ତ୍ର ବର୍ଜନ ଓ ସ୍ୱଦେଶୀକୁ ଆପଣାଇବା,ଖଦି ଲୁଗାର ଉତ୍ପାଦାନପ୍ରଚାର ପ୍ରସାର ଉପରେ ଗୁରୁତ୍ୱ, ନିଜେ ବୁଣ ନିଜେ ପିନ୍ଧ ଉପରେ ବେଶୀ ଗୁରୁତ୍ୱ ଦେଉଥିଲେ । ୧୯୨୧ ମସିହାରେ ଗାନ୍ଧୀଜୀ ପ୍ରଥମେ ଓଡିଶା
ଗସ୍ତରେ ଆସିଥିଲେ । ଓଡିଶାର ଆର୍ôଥକ ବିକାଶ ପାଇଁ ସେ ପାଦରେ ଚାଲି ଚାଲି କପାଚାଷ, ସୂତାକଟା ଓ ହାତବୁଣା ଖଦିବସ୍ତ୍ର କାମକୁ ଗୁରୂତ୍ୱଦେବା ଲାଗି କହୁଥିଲେ । \”ଅହିଂସା\” ଉପରେ ଗାନ୍ଧୀଜୀଙ୍କର ସବୁବେଳେ ଅଗାଢ ବିଶ୍ୱାସ ଥିଲା । \”ଅହିଂସାର ମନ୍ତ୍ର ନେଇ ଭାରତକୁ ସ୍ୱାଧୀନତାକରାଇଥିଲେ । ସେଭଳି ଭାରତର ରାଜନୈତିକ କ୍ଷେତ୍ରରେ ଲାଲ ବାହାଦୁର ଶାସ୍ତ୍ରୀ ଜଣେ ଉଜ୍ଜଳ ନକ୍ଷତ୍ର । ସେ ନିର୍ବିବାଦ ଲୋକପ୍ରିୟ ନେତାଥିଲେ । ତାଙ୍କର ମୂଳମନ୍ତ୍ର ଥିଲା, ମାତୃଭୂମିର ସେବା । ସେ ଏକ ସାଧାରଣ ପରିବାରରୁ ଆସି ଦେଶର ପ୍ରଧାନ ମନ୍ତ୍ରୀ ହୋଇପାରିଥିଲେ । ସେ
କାଶୀ ବିଦ୍ୟାପୀଠରୁ ସ୍ନାତକ ଉପାଧି \”ଶାସ୍ତ୍ରୀ\” ପାଇଥିଲେ ଓ \”ଶ୍ରୀବାସ୍ତବ\” ବଦଳରେ \”ଶାସ୍ତ୍ରୀ\” ହୋଇଗଲେ । \”ଜୟ ଜବାନ ଓ ଜୟ କିଷାନ\”ସ୍ଲୋଗାନ ଦେଇ ଦେଶର ଅଖଣ୍ଡତା ଓ ଏକତା ରକ୍ଷା କରିବାରେ ସେ ଥିଲେ ଅଦ୍ୱିତୀୟ । ବିରୋଧିଦଳର ନେତାଙ୍କ ପ୍ରତି ତାଙ୍କର ଅଶେଷ ଶ୍ରଦ୍ଧାଓ ସମ୍ମାନ ଥିଲା । ସେ ମଧ୍ଯ ଗାନ୍ଧୀଜୀଙ୍କ ପରି ସରଳ ଜୀବନ ଯାପନର ବ୍ରତୀ ଥିଲେ ବୋଲି ବକ୍ତାମାନେ ନିଜ ନିଜର ବକ୍ତବ୍ୟରେ ଉପସ୍ଥାପନ
କରିଥିଲେ । ଜୟନ୍ତୀ ସଭାରେ ରୁଦ୍ର ପ୍ରକାଶ ଶରଣ, ସୁନୀଲ ଦାଶ, ନିଶାକାର ସାହୁ,ଟାଉନ କଂଗ୍ରେସ ସଭାପତି ମହମ୍ମଦ ହାଇଦର,ପିସିସିସମ୍ପାଦିକା ଶିଳ୍ପୀଶ୍ରୀ ହରିଚନ୍ଦନ,ହେମନ୍ତ ବେହେରା, ନକୁଳ ରାଉତ, ମହମ୍ମଦ ସମିର, ରୁମେନା ବେଗମ,ତନ୍ମୟୀ ସାମଲ,ସନ୍ଧ୍ୟାରାଣୀମହାନ୍ତି,ଫକିର ବେହେରା,ହୃଦାନନ୍ଦ ମହାନ୍ତି ତଥା ବହୁ କଂଗ୍ରେସ ଦଳର ଭଉଣୀ ଓ ଭାଇ ଉପସ୍ଥିତ ଥିଲେ ।