ନିର୍ଦ୍ଦିଷ୍ଟ ସଂଖ୍ୟାଠୁ ଅଧିକ ସଂଖ୍ୟାରେ ସ୍କୁଲ ପିଲାଙ୍କ ପରିବହନ : ପିଲା କେତେ ସୁରକ୍ଷିତ !

ଢ଼େଙ୍କାନାଳ : କୋଭିଡ କଟକଣା ରେ ବନ୍ଦ ଥିବା ସ୍କୁଲ ଦିର୍ଘ ଦିନ ପରେ ଚଳିତ ଶିକ୍ଷାବର୍ଷ ପାଠ୍ୟକ୍ରମ ଆରମ୍ଭ ହୋଇଛି । ସମସ୍ତ ସ୍କୁଲ ପାଠ ପଢା ଆରମ୍ଭ ହୋଇଛି ।

ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ବସ୍ ଓ ଅନ୍ୟ ହାଲୁକା ଯାନ ମଧ୍ଯ ରେ ନିର୍ଦ୍ଦିଷ୍ଟ ସଂଖ୍ୟାଠୁ ଅଧିକ ସଂଖ୍ୟାରେ ସ୍କୁଲ ପିଲା ସ୍କୁଲକୁ ଅସୁରକ୍ଷିତ ଭାବରେ ଯାତାୟତ କରୁଛନ୍ତି। ସ୍କୁଲ କତୃପକ୍ଷ ବେଖାତିର ପରିବହନ ବ୍ୟବସ୍ଥା ଯାହାକି ଅଭିଭାବକ ମଧ୍ଯ ରେ ଅସନ୍ତୋଷ ଦେଖାଦେଲେ ମଧ୍ଯ ନିରୁପାୟ ପରି ମନେ ହେଉଛି ।

ଆଞ୍ଚଳିକ ପରିବହନ ଅଧିକାରୀ ଏପରି ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ବସ୍ ଓ ଅନ୍ୟ ହାଲୁକା ଯାନ ଚେକିଂ ଅଭିଯାନ କଡ଼ାକଡ଼ି ହେବ ଉଚିତ। ଏକ ସ୍ପେଶାଲ ଡ୍ରାଇଭରେ ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ସବୁ ପ୍ରକାର ଗାଡ଼ିର ଫିଟେନସ୍, ପରମିଟ, ଇନସୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟ ଆଦି ଯାଞ୍ଚ କରାଯିବ ଉଚିତ ।

ନିର୍ଦ୍ଦିଷ୍ଟ ସଂଖ୍ୟାଠୁ ଅଧିକ ସଂଖ୍ୟାରେ ପିଲା ପରିବହନ କରୁଥିଲେ ଗାଡ଼ିର ଏବଂ ଚାଳକଙ୍କ ଲାଇସେନ୍ସ ଯାଞ୍ଚ୍ କରାଯିବ । ସ୍କୁଲ ପିଲାଙ୍କ ସୁରକ୍ଷିତ ଯାତାୟାତକୁ ଗୁରୁତ୍ୱ ଦେବା ଉଚିତ।

ଅନେକ ସ୍କୁଲରେ କାଗଜପତ୍ର ଠିକ୍‌ ନ ଥିବା ଗାଡ଼ି ଛୋଟ ପିଲାଙ୍କୁ ବିପଦସଙ୍କୁଳ ଅବସ୍ଥାରେ ପରିବହନ ଯେଉଁଥିପାଇଁ ଅନେକ ସମୟରେ ଗାଡ଼ିଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ହୋଇ ବହୁ ଜୀବନ ହାନୀ ହେଉଛି। ଏହା ଉପରେ ରୋକ୍‌ ଲଗାଇବା ପାଇଁ ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷ ସ୍କୁଲ୍‌ ଗାଡ଼ିର କାଗଜପତ୍ର ଯାଞ୍ଚ କରିବା ଉଚିତହେବ ବୋଲି ଅଭିଭାବକ ଆଶାପୋଷଣ କରିଛନ୍ତି ।

Leave A Reply

Your email address will not be published.

eighteen − 14 =