ବି.ବି.ହାଇସ୍କୁଲ୍ ଠାରେ ଜିଲ୍ଲାସ୍ତରୀୟ ପୋଷଣ ଅଭିଯାନ ଅନ୍ତର୍ଗତ ପୋଷଣ ମାସ ପାଳନ ଉପଲକ୍ଷେ ବିତର୍କ ଓ ଡ୍ରଇଂ ପ୍ରତିଯୋଗିତା -୨୦୨୩ ଅନୁଷ୍ଠିତ !
ଢେଙ୍କାନାଳ :ସ୍ଥାନୀୟ ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟରେ ଢେଙ୍କାନାଳ ଜିଲ୍ଲାସ୍ତରୀୟ ପୋଷଣ ମାସ ଅଭିଯାନ ଅନ୍ତର୍ଗତ ପୋଷଣ ମାସ ପାଳନ ଉପଲକ୍ଷେ “ଉପଯୁକ୍ତ ପୋଷଣ, ସୁସ୍ଥ ଜୀବନ” ବିଷୟବସ୍ତୁ ଉପରେ ପର୍ଯ୍ୟବେଶିତ ବିତର୍କ ଓ ଡ୍ରଇଂ ପ୍ରତିଯୋଗିତା -୨୦୨୩ ସିଡ଼ିପିଓ କାର୍ଯ୍ୟାଳୟ ପକ୍ଷରୁ ଢେଙ୍କାନାଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଆବାହକତ୍ୱରେ ଜିଲ୍ଲା ପ୍ରଶାସନ ଆୟୋଜନରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଢେଙ୍କାନାଳର ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ୱାଳଙ୍କ ମାର୍ଗଦର୍ଶନ ଓ ପ୍ରେରଣାରେ ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ବଳିଷ୍ଠ ନେତୃତ୍ବ ଓ ସଂଯୋଜନାରେ ସଂସ୍କୃତି ବିଭାଗ ଦାୟିତ୍ୱରେ ଥିବା ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ଓ ସଂସ୍କୃତ ଶିକ୍ଷକ ଦୀପ୍ତିଶ୍ କୁମାର ଶତପଥିଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଲକ୍ଷ୍ମୀଧର ମ୍ୟୁନିସିପାଲଟି ହାଇସ୍କୁଲ୍, ଭାନିରାମ ମଡେଲ ହାଇସ୍କୁଲ୍, ବଳଭଦ୍ରପୁର ସମେତ ଜିଲ୍ଲାର ଅନେକ ଅନୁଷ୍ଠାନର ଛାତ୍ରୀ ଛାତ୍ର , ଶିକ୍ଷୟିତ୍ରୀ, ଶିକ୍ଷକ ଏହି କାର୍ଯ୍ୟକ୍ରମରେ ସକ୍ରିୟ ତଥା ସଫଳ ଅଂଶଗ୍ରହଣ କରିଥିଲେ।ବିଦ୍ୟାଳୟର ପ୍ରାକ୍ତନ ଅବସର ପ୍ରାପ୍ତ କଳା ଶିକ୍ଷକ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ଓ ସୁଭାଷ କୁମାର ନନ୍ଦ ଏହି ଉଭୟ ପ୍ରତିଯୋଗିତାରେ ବିଚାରକ ଭାବରେ ଉପସ୍ଥିତ ରହି ପ୍ରତିଯୋଗୀ ଛାତ୍ରୀ ଛାତ୍ର ମାନଙ୍କର ପ୍ରଦର୍ଶନକୁ ମୂଲ୍ୟାୟନ କରି ପ୍ରତ୍ୟେକ ବିଭାଗରୁ ଶ୍ରେଷ୍ଠ ତିନି ଜଣ ଲେଖାଏଁ ସଫଳ ପ୍ରତିଯୋଗୀ ମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଶଂସା ପତ୍ର ଓ ପୁରସ୍କାର ପାଇବାକୁ ମନୋନୀତ କରିଥିଲେ। ବିତର୍କ ବିଭାଗରେ ବି. ବି. ସରକାରୀ ହାଇସ୍କୁଲ୍ ର ଉଭୟ ଦଶମ ଶ୍ରେଣୀର ଛାତ୍ର ଆଶୁତୋଷ ତ୍ରିପାଠୀ ପ୍ରଥମ ଓ ମନୋରଞ୍ଜନ ସାମଲ ତୃତୀୟ ସ୍ଥାନ ହାସଲ କରିଥିବାବେଳେ ସୁଲକ୍ଷଣା ଦେବୀ ସରକାରୀ ହାଇସ୍କୁଲ୍ ର ନବମ ଶ୍ରେଣୀର ଛାତ୍ରୀ ଦ୍ଵିତୀୟ ସ୍ଥାନ ହାସଲ କରିଥିଲେ। ସେହିପରି ଡ୍ରଇଂ ପ୍ରତିଯୋଗିତା ରେ ସୁଲକ୍ଷଣା ଦେବୀ ସରକାରୀ ହାଇସ୍କୁଲ୍ ର ନବମ ଶ୍ରେଣୀର ଛାତ୍ରୀ ସ୍ୱାଗତିକା ବେହେରା ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ବି. ବି. ସରକାରୀ ହାଇସ୍କୁଲ୍ ର ଉଭୟ ନବମ ଶ୍ରେଣୀର ଛାତ୍ର ଖଗେଶ୍ବର ପାତ୍ର ଦ୍ଵିତୀୟ ଓ ଶୁଭମ୍ ମିଶ୍ର ତୃତୀୟ ସ୍ଥାନ ହାସଲ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ୬୦୦ରୁ ଉର୍ଦ୍ଧ୍ବ ସମସ୍ତ ଛାତ୍ରୀଛାତ୍ରମାନେ, ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀ ମାନେ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ, ଉପସଭାପତି ସୁପ୍ରଭା ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ଓ ସଫଳ ଅଂଶଗ୍ରହଣ କରିଥିଲେ। ପରିଶେଷରେ କାର୍ଯ୍ୟକ୍ରମର ସଂଯୋଜକ ଡ଼ା. ଦେବୀ ପ୍ରସାଦ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।