****ସ୍ମୃତି ଓ ଅନୁଭୂତି****

ଏବେ କିଛି ଦିନ ତଳେ ମୋର ଜଣେ ଶୁଭେଚ୍ଛୁ ମୋତେ ଗୋଟିଏ ପରାମର୍ଶ ଦେଲେ !
କହିଲେ ଆପଣ ଯଦି ଆସନ୍ତା ନିର୍ବାଚନ ରେ ପ୍ରତିଦ୍ବନ୍ଦିତା କରିବାକୁ ଚାହୁଁ ଛନ୍ତି ତେବେ ଆଗାମୀ ୬ ମାସ ସଙ୍ଗଠନପାଇଁ ଏକ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ପ୍ରସ୍ତୁତ ରୁହନ୍ତୁ !
ଆଉ ନିର୍ବାଚନ ରେ ୫କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ରୁହନ୍ତୁ ।
ସେ ମୋତେ ଗତ ପଞ୍ଚାୟତ ନିର୍ବାଚନ ରେ କିଭଳି ସରପଞ୍ଚ ମାନେ ୭୦ ଲକ୍ଷ/ ୮୦ଲକ୍ଷ ରୁ କୋଟିଏ ପର୍ଯ୍ୟନ୍ତ ଖର୍ଚ୍ଚ କରି ଛନ୍ତି ତାର ଉଦାହରଣ ମଧ୍ୟ ଦେଲେ ।
ଆପଣ ଦୁଇ ଥର ବିଧାୟକ ଥିଲେ କଣ କିଛି ରଖି ନାହାନ୍ତି ?
ମୁଁ ତାଙ୍କୁ କହିଲି ସରପଞ୍ଚ ମାନଙ୍କ ସଙ୍ଗେ ମୋତେ କାହିଁକି ତୁଳନା କରୁଛ ? ଅନେକ ସରପଞ୍ଚ ( ସମସ୍ତେ ନୁହନ୍ତି) ଠିକାଦାର କରିବା ପାଇଁ ପ୍ରବଳ ଖର୍ଚ୍ଚ କରିଛନ୍ତି ।ମୁଁ ତ ଠିକାଦାର ନୁହେଁ କି ମୋର କେହି ଠିକାଦାର ନାହାନ୍ତି । ରାଜନୀତି ରେ ମୁଁ ଟଙ୍କା ରୋଜଗାର କରିନି କି ଆଗାମୀ ଦିନରେ କରିବାର ନାହିଁ ।
ମୁଁ ସିନା ଟଙ୍କା ରୋଜଗାର କରି ପାରି ନାହିଁ କିନ୍ତୁ ଲୋକ ଙ୍କ “ଭଲପାଇବା” ଟା ମୋ ପାଖରେ ରଖିଛି ।ସେଇଟା ହିଁ ମୋର ସମ୍ବଳ । ନ ହେଲେ ବିନା ଟଙ୍କା ରେ ଆଜି ବି ହଜାର ହଜାର ଲୋକ ମୋତେ ସମର୍ଥନ କରି ବାକୁ ଆସୁ ନଥାନ୍ତେ !
ଏକେତ ମୋ ପାଖରେ ଟଙ୍କା ନାହିଁ ! କିଏ ଯଦି ମୋତେ ହଠାତ୍ ପଚାରି ଦେବ କୋଟି ରେ କେତେ ଟା ଶୁନ ଅଛି ମୁଁ କହି ପାରିବି ନାହିଁ । ରାଜନୀତି ମୋର ବ୍ୟବସାୟ ନୁହେଁ କି ମୋର କୌଣସି ବ୍ୟବସାୟ ସାମ୍ରାଜ୍ୟ ନାହିଁ । ଯେଉଁ ମାନେ ବ୍ୟବସାୟ କରୁଛନ୍ତି ସେମାନେ ତ ଏବେ ଟଙ୍କାରେ ଭୋଟ କିଣି ରାଜନୀତି କରୁଛନ୍ତି ! ମୋର ୯ବର୍ଷ ର ବିଧାୟକତ୍ୱ ରେ ମୁଁ ଟଙ୍କା ରୋଜଗାର ତ ଦୂର ରେ ଥାଉ ଗୋଟିଏ ଡିସିମିଲ ଜାଗା ପୃଥିବୀ ରେ କେଉଁଠି ବି କିଣି ନାହିଁ ।ଲୋକ ତ ଏଠି ୪ବର୍ଷ ବିଧାୟକ ହୋଇ ୪୦୦ ଏକର ଜାଗା କିଣିଛନ୍ତି । କୋଟି କୋଟି ଟଙ୍କାର ବ୍ୟବସାୟ କରୁଛନ୍ତି ? ଏବେ ବି ଆଉ କିଛି ନେତା ଭୂଷଣ କମ୍ପାନୀ / ଟାଟା କମ୍ପାନୀ ର ପାଉଁଶ ବିକି ଓ ବିଭିନ୍ନ ବଡ ବଡ ବ୍ୟବସାୟ କରି ଶହ ଶହ କୋଟି ଟଙ୍କା ରୋଜଗାର କରୁଛନ୍ତି । ସେମାନେ ତାଙ୍କର ବିରାଟ ବ୍ୟବସାୟିକ ସାମ୍ରାଜ୍ୟ କୁ ସୁରକ୍ଷା ଦେବା ପାଇଁ ରାଜନୀତି କରୁଛନ୍ତି । ସେମାନଙ୍କ ପାଇଁ କୋଟି ଟା କିଛି ନୁହେଁ । ସେମାନେ ଟଙ୍କା ଦେଇ ଟିକେଟ କିଣନ୍ତି ଓ ଟଙ୍କା ଖର୍ଚ୍ଚ କରି ଭୋଟ ରେ ଜିତନ୍ତି ।
ମୁଁ କିନ୍ତୁ ଏସବୁ ଦିଗରେ ଅସମର୍ଥ ।
ମୁଁ ଗୋଟିଏ ନିମ୍ନ ମଧ୍ୟବିତ୍ତ ପରିବାର ରୁ ଆସିଛି । ରାଜନୀତି ମୋର ବ୍ୟବସାୟ ନୁହେଁ।
ମୁଁ ଯେତିକି ସ୍ୱଳ୍ପ ସମୟ କ୍ଷମତା ରେ ଥିଲି କେବଳ ସାଧାରଣ ଲୋକ ଙ୍କ ସମସ୍ୟା ଓ ଅଞ୍ଚଳ ର ସମସ୍ୟା ସାଙ୍ଗରେ ୨୪ଘଣ୍ଟା ରୁ ୧୮ ଘଣ୍ଟା ଜଡ଼ିତ ଥିଲି।
ଟଙ୍କା ରୋଜଗାର କରିନି କି କରିବା ପାଇଁ ଚିନ୍ତା ବି କରିନି ।
ମୋ ଜୀବନ ରେ ମୁଁ କେବେ ଟଙ୍କା ଖର୍ଚ୍ଚ କରି ନିର୍ବାଚନ ରାଜନୀତି କରି ନାହିଁ କି ଆଗାମୀ ଦିନରେ କରିବାର ପ୍ରଶ୍ନ ବି ଉଠୁନାହିଁ ।
ମୁଁ ସେହି ବନ୍ଧୁ ଙ୍କୁ ଧନ୍ୟବାଦ୍ ଦେବି ଯେ ତାଙ୍କର ଭଲ ପାଇବା ମୋ ପ୍ରତି ଅଛି । କିନ୍ତୁ ତାଙ୍କର ଏହି ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ମୁଁ ଅସମର୍ଥ ।
ଯଦି କୌଣସି ରାଜନୈତିକ ଦଳ ମୋତେ ପୂର୍ବ ଭଳି “ବିନା ଟଙ୍କାରେ” ଟିକେଟ ଦେବେ ମୁଁ ନିଶ୍ଚିତ ଭାବରେ ଆଗାମୀ ୨୦୨୪ ନିର୍ବାଚନ ରେ ପ୍ରାର୍ଥୀ ହେବାରେ ଅସୁବିଧା ନାହିଁ ।
ଆଗାମୀ ନିର୍ବାଚନ ରେ ଠିଆ ହେବା ନହେବା ମୋ ପାଇଁ ବଡ କଥା ନୁହେଁ କିନ୍ତୁ ମୋର ଶେଷ ଜୀବନ ଥିବା ପର୍ଯ୍ୟନ୍ତ ଢେ଼ଙ୍କାନାଳ ର ଲୋକ ଙ୍କ ସ୍ବାର୍ଥ ପାଇଁ ମୋର ସଂଗ୍ରାମ ଜାରି ରହିବ ।

ନବୀନ ନନ୍ଦ,ପୂର୍ବତନ ବିଧାୟକ
ଗନ୍ଦିଆ ଓ ଢେ଼ଙ୍କାନାଳ


Leave A Reply

Your email address will not be published.

sixteen − fifteen =