ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ବାଇଁଶିଆ ପଂଚାୟତ ଅନ୍ତର୍ଗତ କଙ୍କା ଗ୍ରାମରଜନସାଧାରଣ ବାଇଁଶିଆ ଓ କଙ୍କା ଗ୍ରାମକୁ ସଂଯୋଗ କରୁଥିବା ଏକମାତ୍ର ପ୍ରଧାନମନ୍ତ୍ରୀ ସଡକ ମଧ୍ୟରେ ଏକ
ମୁଖ୍ୟ ନାଳ ଉପରେ ପୋଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ପ୍ରକାଶଥାଉକି, ଉକ୍ତ ପ୍ରଧାନମନ୍ତ୍ରୀ ସଡକ ଉଭୟ ପଟୁ ରାସ୍ତାହୋଇଯାଇଥିଲେ ମଧ୍ୟ ମୁଖ୍ୟ ନାଳଟିରେ ପୋଲଟିଏ ଏ ପର୍ଯ୍ୟନ୍ତ ହୋଇପାର ନାହିଁ । ଫଳରେ ବର୍ଷାଦିନେକଙ୍କା ଗ୍ରାମଟି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ । ଗ୍ରାମବାସୀଙ୍କ ବାରମ୍ବାର ଦାବି ସତ୍ୱେ ଗ୍ରାମ୍ୟ ଉନ୍ନୟବିଭାଗ, ଢେଙ୍କାନାଳ ଓ ଭୁବନେଶ୍ୱରଙ୍କ ପ୍ରସ୍ତାବ ସତ୍ୱେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏ ପର୍ଯ୍ୟନ୍ତ କୌଣସି ତ୍ର
ଆସିପାରୁନାହିଁ କି କାର୍ଯ୍ୟ ହୋଇପାରୁନାହିଁ ବୋଲି ଜଣାଇଛନ୍ତି । ୫-ଟି ରେ ପୋଲ ନିର୍ମାଣ ପାଇଁ ଅଭିଯୋଗଯାଇଥିବା ୩୧୪ଟି ପୋଲ ନିର୍ମାଣାର୍ଥେ ଭି.ଆଇ.ପି. ଲିଷ୍ଟ୍ରେ ସ୍ଥାନ ପାଇଛି । ଏଥିରେ ବାଇଁଶିଆ-କଙ୍କାମୁଖ୍ୟନାଳର ପୋଲ ନିର୍ମାଣ ମଧ୍ୟ ସ୍ଥାନ ପାଇଛି । କିନ୍ତୁ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉନାହିଁ । ତେଣୁ
ଗ୍ରାମବାସୀ କଙ୍କା-ବାଇଁଶିଆ ମଧ୍ୟରେ ଥିବା ମୁଖ୍ୟ ନାଳରେ ପୋଲ ନିର୍ମାଣ କାର୍ଯ୍ୟ ପ୍ରସ୍ତାବଟି ପାରିତ କଲେଗ୍ରାମବାସୀ ଉପକୃତ ହେବେ ବୋଲି ଜିଲ୍ଲାପାଳଙ୍କ ପାଖରେ ଗୁହାରୀ ଜଣାଇଛନ୍ତି । ଏହି ଦାବୀପତ୍ର ପ୍ରଦାନବେଳେ ଗ୍ରାମ ସଭାପତି ବିରଂଚି ନାରାୟଣ ଇନ୍ଦ୍ରଜିତ୍ ସିଂ, ସଂପାଦକ ଶରତ ଚନ୍ଦ୍ର ସ୍ତମ୍ବ, ସୁଦର୍ଶନ ସ୍ତମ୍ବ,
ମଦନ ବଳିୟାରସିଂ, ଭରତ ପରିଡା, ପ୍ରସନ୍ନ ଇନ୍ଦ୍ରଜିତ୍ସିଂ, ସଦାନନ୍ଦ ମହାମାନ୍ସିଂ, ସୂର୍ଯ୍ୟକାନ୍ତ ମଲ୍ଲିକଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।
Next Post