ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ (ବି ) ପ୍ରାଥମିକ ସେବା ସମବାୟ ସମିତି ର ନୂତନ ଗୃହ ଉଦଘାଟନ ହୋଇଯାଇଛି । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଡ଼ିଆ ଭାଙ୍ଗି ନୂତନ ଗୃହକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସନ୍ତୋଷ କୁମାର ପ୍ରଧାନ ଯୋଗଦେଇ ପୂର୍ବ ବର୍ଷ ମାନଙ୍କରେ ଚାଷୀ ଭାଇ ମାନେ ସାର,ଔଷଧ ପାଇଁ ବହୁତ ହଇରାଣ ହେଉଥିଲେ । ଅଧିକ ପଇସା ଦେଇ ବ୍ଲାକ ରେ କିଣିବାକୁ ବାଧ୍ୟ ହେଉଥିଲେ । କିନ୍ତୁ ଚଳିତ ବର୍ଷ ନିର୍ଦ୍ଦେଶକ ଅଭିମନ୍ୟୁ ବେହେରା ଙ୍କ ନିବେଦନ କ୍ରମେ ମାର୍କଫେଡ୍ ଜରିଆରେ ଆବଶ୍ୟକତା ଠାରୁ ଅଧିକ ସାର, ଔଷଧ ଯୋଗାଇ ଦିଆଯାଉଛି ବୋଲି କହିଥିଲେ । ବାରୁଆଁ (ବି ) ସେବା ସମବାୟ ସମିତି ସଭାନେତ୍ରୀ ଶ୍ରୀମତୀ ସ୍ନେହଲତା ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଏ ୟୁ ସି ସି ବ୍ୟାଙ୍କ୍ ନିର୍ଦ୍ଦେଶକ ଅଭିମନ୍ୟୁ ବେହେରା ଯୋଗଦେଇ ଗୋଦାମ ଗୃହ ସମସ୍ୟା ସମ୍ପର୍କରେ ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଚାଷୀ ଭାଇ ମାନଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ପ୍ରତ୍ୟେକ ସମିତି ଅଧିନରେ ଗୋଦାମ ଗୃହ ଏବଂ ଭୁବନ ରେ ବ୍ୟାଙ୍କ ଗୃହ ନିର୍ମାଣ ପାଇଁ ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଏ ୟୁ ସି ସି ବ୍ୟାଙ୍କ,ଭୁବନ ଶାଖା ପରିଚାଳକ ଗଣେଶ୍ୱର ଖଟୁଆ ଯୋଗଦେଇଥିଲେ ।ଜିଲ୍ଲା ପରିଷଦ ସଭ୍ୟ ରମେଶ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବାରୁଆଁ (ବି) ସରପଞ୍ଚ ଶ୍ରୀମତୀ ବୀଣାପାଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ପାଦକ ସୁଶାନ୍ତ କୁମାର ପରିଡ଼ା ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ।