ସ୍ଵାଧୀନ ଭାରତ ରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହଉ !

ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନ୍ଦରସିଂହା ଗ୍ରାମ ପଞ୍ଚାୟତ କଟରାପଡାର ଅସହାୟ ବୃଦ୍ଧା ସୁକାନ୍ତି ଗୋପାଳ (୭୦), ଦୁଇ ନାତି ବିକାଶ ଗୋପାଳ ( ୧୪), ପ୍ରକାଶ ଗୋପାଳ ( ୦୫) ।ଏହି ପରିବାର ଅସହାୟ ଭାବରେ ଚଳୁ ଅଛନ୍ତି, କିଏ ଦେଲେ ଗଣ୍ଡେ ଖାଉ ଅଛନ୍ତି ନହେଲେ ଭୋକ ଉପାସରେ ରହୁ ଅଛନ୍ତି । ଏହି ଖବର ଶୁଣି ଯୁବଶକ୍ତି ର ଅଧ୍ୟକ୍ଷ ତଥା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସୁଖ ଦୁଃଖର ସାଥି ଲୋକପ୍ରିୟ ବିଜେଡି ଯୁବନେତା ହିମାଂଶୁ ଭୂଷଣ ବାରିକ ପହଞ୍ଚି ଅସହାୟ ବୃଦ୍ଧା ଙ୍କୁ ସାହାଯ୍ୟ ସହଯୋଗ କରିଥିଲେ। ପରଜଙ୍ଗ ବ୍ଲକ ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କର ଜନକଲ୍ୟାଣ ଯୋଜନା ରେ ଅନ୍ତର୍ଭୁକ୍ତ କରି ବୃଦ୍ଧ ଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ରାସନ ଚାଉଳ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଏବଂ କୁନି କୁନି ଦୁଇ ପିଲା ଙ୍କର ପାଠ ପଢ଼ିବାର ବ୍ୟବସ୍ଥା ତୁରନ୍ତ କରିବା ପାଇଁ ଗଣମାଧ୍ୟମ ଜରିଆରେ ପରଜଙ୍ଗ ବ୍ଲକ ପ୍ରଶାସନ ନିକଟରେ ନିବେଦନ କରିଥିଲେ ।

Leave A Reply

Your email address will not be published.

eleven − six =