କାଞ୍ଚନ ବଜାର ଘଣ୍ଟୁଆ ସେବକଙ୍କ ଘରେ ରାଧାଷ୍ଟମୀ ପାଳିତ !


ଢେଙ୍କାନାଳ : ଢେଙ୍କାନାଳ କାଂଚନ ବଜାରସ୍ଥ ଘଂଟୁଆ ସେବକଙ୍କ ଦ୍ୱାରା ରାଧାଷ୍ଟମୀ ପୂଜା ପାଳିତ ହୋଇଯାଇଅଛି ।
ଅପରାହ୍ନ ୫ ଘଟିକାରେ ଭାଗିରଥୀ ସାଗର ଠାରୁ ପୂଜାର୍ଚ୍ଚନା କରାଯାଇ କଳସ ଯାତ୍ରା କରାଯାଇଥିଲା । ପରେ ରାଧାକୃଷ୍ଣଙ୍କର ପୂଜା
ସହିତ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ରାଧାଙ୍କ ଜନ୍ମ ପୁସ୍ତକ ପଠନ ପରେ ବିଭିନ୍ନ ଫଳ ନୈବେଦ୍ୟରେ ପୂଜା ହୋଇଥିଲା ।
ଶେଷରେ ଆଳତି ଦିଆଯାଇଥିଲା । ଏହି ପବିତ୍ର ରାଧାଷ୍ଟମୀ ଦୀର୍ଘ ୭୦ ବର୍ଷ ହେବ ପାଳିତ ହୋଇଆସୁଅଛି । କୂଳ ପୁରୋହିତ
ଜଗଦାନନ୍ଦ ତ୍ରିପାଠୀ ପୂଜା କରିଥିଲେ । ବିରଂଚି ନାରାୟଣ ମହାରଣା, ବନମାଳୀ ମହାରଣା, ଗିରିଧାରୀ ମହାରଣା, ଶରତ ମହାରଣା,
ସନ୍ତୋଷ ମହାରଣା, ଖଗେଶ୍ୱର ମହାରଣା, ସନାତନ ମହାରଣା, ଦେବାଶିଷ ମହାରଣା, ସଞ୍ଜୟ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ
ା ସଂକୀର୍ତନ ମଣ୍ଡଳୀ ଦ୍ୱାରା ନାମ ସଂକୀର୍ତନ କରି ଅଂଚଳ ପ୍ରକମ୍ପିତ ହୋଇ ଉଠିଥିଲା ।

Leave A Reply

Your email address will not be published.

2 × one =