ଆଳତୁମା ଦଧିବାମନ ଜୀଉ ମନ୍ଦିର ପୁନରୁଦ୍ଧାର ନିର୍ମାଣର୍ଥେ ୪ ଲକ୍ଷ ଆର୍ଥିକ ସହାୟତା ରାଶି ମଞ୍ଜୁର !

ଢ଼େଙ୍କାନାଳ  : ଗତ ଦୁଇମାସ ପୂର୍ଵ କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମକୁ ଏକ ଜନଶୁଣାଣୀ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟଙ୍କ ବ୍ୟକ୍ତିଗତ ସଚିଵ ତଥା ୫-ଟି ସଚିବ ଆଦରଣୀୟ ଭି.କେ. ପାଣ୍ଡିଆନ  ଆସିଥିଲେ । ଏହି ସମୟରେ ଆଳତୁମା ଗ୍ରାମ ଦଧିବାମନ ଜୀଉ ମନ୍ଦିର କମିଟି ତରଫରୁ ଏକ ପତ୍ର ମାଧ୍ୟମରେ ଉକ୍ତ ଵହୁପୁରାତନ ମନ୍ଦିରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ନିବେଦନ କରାଯାଇଥିଲା ।ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁପାରିଶ କ୍ରମେ ଆଳତୁମା ଦଧିବାମନ ଜୀଉ ମନ୍ଦିର ପୁନରୁଦ୍ଧାର ନିର୍ମାଣର୍ଥେ ୪ ଲକ୍ଷ ଆର୍ଥିକ ସହାୟତା ରାଶି ମଞ୍ଜୁର ହୋଇଛି ।ଏହି ପରିପ୍ରେକ୍ଷୀରେ ଆଜି ଦିବା ୧୧ ଘଟିକା ସମୟରେ ଆଳତୁମା ଗାଁ ତରଫରୁ ଗ୍ରାମସଭା ଵରେଣ୍ୟ ସଭାପତି  ବ୍ରହ୍ମାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଦଧିବାମନ ଜୀଉ ମନ୍ଦିର ପ୍ରାଙ୍ଗଣରେ ଏକ କୃତଜ୍ଞତା ସଭା ଅନୁଷ୍ଠିତ ହୋଇଯାଇଅଛି।ଉକ୍ତ ସଭାରେ ଆଳତୁମା ଗ୍ରାମର ତଥା କାମାକ୍ଷାନଗର ନଗରପାଳ  ଧର୍ମାନନ୍ଦ ପରିଡା  ଯୋଗଦେଇଥିଲେ ।ଆଳତୁମା ଗ୍ରାମ ତରଫରୁ ଗ୍ରାମ ସଭାପତି  ବ୍ରହ୍ମାନନ୍ଦ ମହାନ୍ତି, ଗ୍ରାମର ଦୁଇ କାଉନସିଲର  ସଞ୍ଜୟ ପରିଡା ଓ  ପ୍ରମୋଦ କୁମାର ଷେଣ୍ଢ,ଗ୍ରାମ ଉପ-ସଭାପତି  ସନ୍ତୋଷ ମହାନ୍ତି,ଗ୍ରାମ ସମ୍ପାଦକ  ମଧୁସୂଦନ ଷେଣ୍ଢ, ଦଧିବାମନ ଜୀଉ ମନ୍ଦିର କମିଟି ସଭାପତି  ଦୁଷ୍ମନ୍ତ କୁମାର ନନ୍ଦ, ମନ୍ଦିର କମିଟି ଦୁଇ ସମ୍ପାଦକ  ହେମନ୍ତ କୁମାର ଦାସ ଓ  ବାଳକୃଷ୍ଣ ନାୟକ ,ଗ୍ରାମ କମିଟି ଓ ମନ୍ଦିର କମିଟି ପଦାଧିକାରୀ ଵୃନ୍ଦ  ରାସଵିହାରୀ ମହାନ୍ତି , ମନ୍ମଥ ନାଥ,  ଶରତ ଚନ୍ଦ୍ର ନାଥ , ନରେଶ ଚନ୍ଦ୍ର ମହାରଣା, ଶୁଭ୍ରାଂଶୁ ମହାନ୍ତି, ଵିରେନ ମହାନ୍ତି ନଗରପାଳ ଶ୍ରୀଯୁକ୍ତ ପରିଡାଙ୍କ ଜରିଆରେ  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ, ମାନନୀୟ ୫-ଟି ସଚିବ ଭି.କେ ପାଣ୍ଡିଆନ,  ମନ୍ତ୍ରୀ  ପ୍ରଫୁଲ୍ଲ କୁମାର ମଲ୍ଲିକ,  ସାଂସଦ  ମହେଶ ସାହୁଙ୍କୁ କୃତଜ୍ଞତା ଜଣାଇଥିଲେ ।

Leave A Reply

Your email address will not be published.

6 − five =