ପରଜଙ୍ଗ ବିଧାୟକ ଡାଃ. ନୃସିଂହ ଚରଣ ସାହୁଙ୍କ କରକମଳରେ ୫ଟି ପ୍ରକଳ୍ପର ଶୁଭ ଉଦଘାଟନ !

ଢେଙ୍କାନାଳ : ପରଜଙ୍ଗ ବ୍ଲକ ମାଣିକମରା ଗ୍ରାମ ପଞ୍ଚାୟତ ରେ ପୂର୍ବତନ ମନ୍ତ୍ରୀ ତଥା ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁଙ୍କ କରକମଳରେ ୫ଟି ପ୍ରକଳ୍ପର ଶୁଭ ଉଦଘାଟନ ହୋଇଯାଇଛି ।

ସରକିଶୋରପାଳ କୁମ୍ଭାର ସାହିର କମ୍ୟୁନିଟି ସେଣ୍ଟର, ସରକିଶୋର ପାଳ ଅଙ୍ଗନୱାଡ଼ି କେନ୍ଦ୍ର, ମାଣିକମରା ଗୋଡ଼ଢ଼ିପ ହରିଜନ ସାହି ଗୋଷ୍ଟୀ କେନ୍ଦ୍ର, କାଦପଡ଼ା ବଜରଙ୍ଗୀ କମ୍ୟୁନିଟି ସେଣ୍ଟର ଏବଂ ପଥରଗଡ ଯାତ୍ରୀ ବିଶ୍ରାମ ଗୃହର ଶୁଭ ଉଦଘାଟନ କରାଯାଇଅଛି ।

ଆୟୋଜିତ କାର୍ଯ୍ୟକ୍ରମରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ପରଜଙ୍ଗ ବ୍ଲକ ଜୋନ ୧ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ରୁନୁ ବର୍ମା,ସରପଞ୍ଚ ନର୍ମଦା ନାଏକ,ସମିତି ସଭ୍ୟ ରୁନୁ ନାଏକ ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିବା ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅକ୍ଷୟ କୁମାର ବେହେରା,ବିଜେଡ଼ି ସଭାପତି କୃଷ୍ଣ ଚନ୍ଦ୍ର ମହାନ୍ତି ,ପ୍ରଦୀପ ସାହୁ ,ଜମ୍ବେଶ୍ଵର ବର୍ମା ,ନିର୍ମାଣ ଶ୍ରମିକ ସଭାପତି ଦିଲୀପ ବର୍ମା ଏବଂ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

one × one =