କଙ୍କଡାହାଡ;ରସିକ ମୁଣ୍ଡାଙ୍କ ସହୟତା ହାତ ବଢ଼ାଇଲେ ଜିଲ୍ଲା ପ୍ରଶାସନ !

ଢ଼େଙ୍କାନାଳ: କଙ୍କଡ଼ାହାଡ଼ ବ୍ଲକ କେରଯୋଳି ଗ୍ରାମ ପଞ୍ଚାୟତ ଗୋପପୁର ଗାଁ ର ରସିକ ମୁଣ୍ଡା(୩୬) ଅଜଣା ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହେଇଥିଲେ ।

ଚିକିତ୍ସା ଅଭାବରୁ ନିଜ ଘର ପିଣ୍ଡା ରେ ଶଯ୍ୟାଶାୟୀ ରସିକ ।ରସିକ ସ୍ତ୍ରୀ ୨୦୧୨ ମସିହାରେ ଆରପାରିକୁ ଚାଲି ଯାଇଥିବା ବେଳେ ଦୁଇ ଝିଅ ଗୀତା ମୁଣ୍ଡା(୧୩),ମଞ୍ଜୁ ମୁଣ୍ଡା(୧୦) ଖେଳ କୁଦ ପାଠ ପଢିବା ବୟସରେ ବାପା ରସିବ ଙ୍କ ଚିକିତ୍ସା ପାଇଁ ପରଘରେ କାମ କରି ବାପା ଙ୍କର ଯତ୍ନ ନେଉଛନ୍ତି ।

ପୂର୍ବରୁ ଭାରତୀୟ ମାନବଧିକାର ପରିଷଦ ଜାତୀୟ କାର୍ୟ୍ଯକାରୀ ସଭାପତି ଦୁଃଖବନ୍ଧୁ ବିଶ୍ୱାଳ, ବ୍ଲକ ସଭାପତି ବିରଞ୍ଚି ସାହୁ, ସମାଜସେବୀ ଭଲ୍ଲାଦେବ ମହାନ୍ତ,ନୃସିଂହ ସାହୁ,ଯୁବ ସମାଜସେବୀ ସତ୍ୟବାନ ମହାନ୍ତ ସହାୟତା ର ହାତ ବଢ଼ାଇ ଢେଙ୍କାନାଳ ଚିକିତ୍ସାଳୟ କୁ ଚିକିତ୍ସା କରିବା ପାଇଁ ନେଇଥିବା ସହିତ କିଛି ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ।

ବାରମ୍ବାର ଗଣମାଧ୍ୟମ ରେ ଖବର ପ୍ରକାଶିତ ହେବା ପରେ କଙ୍କଡ଼ାହାଡ଼ ବ୍ଲକ ତରଫରୁ ପିଏ ସୁରେଶ ଚନ୍ଦ୍ର ପଣ୍ଡା,ପଞ୍ଚାୟତ ନିର୍ବାହୀ ଅଧିକାରୀ ସରୋଜ ବେହେରା, କେରଜୁଳି ସରପଞ୍ଚ ରାଜକିଶୋର ସାହୁ ରସିକ ମୁଣ୍ଡା ଘରେ ପହଞ୍ଚି ଖାଦ୍ୟ ସାମଗ୍ରୀ ଦେଇଥିଲେ ।ପ୍ରଶାସନ ତରଫରୁ ତୁରନ୍ତ ରସିକଙ୍କୁ ଢେ଼ଙ୍କାନାଳ ମେଡ଼ିକାଲରେ ଚିକିତ୍ସା କରାଯିବା ସାଙ୍ଗକୁ ଏବେବି ଚିକିତ୍ସା ଜାରି ରହିଛି ।ଆଜି ଢେ଼ଙ୍କାନାଳ ଠାରେ ଜିଲାପାଳ ସରୋଜ କୁମାର ସେଠୀ ରସିକଙ୍କ ପରିବାରକୁ ୫୦ହଜାର ଟଙ୍କା ଆର୍ଥିକ ସାହାଯ୍ୟ କରିବା ସାଙ୍ଗକୁ ଘରକୁ ଚାଉଳ ଆଉ ଅନ୍ୟାନ୍ୟ ଆନୁଷଙ୍ଗିକ ସାହାଯ୍ୟ କରିବା ସାଙ୍ଗକୁ ,ରସିକ ମୁଣ୍ଡା ଙ୍କ ଜଣେ ଝିଅ ଙ୍କୁ ରୋଡ଼ଙ୍ଗ ହଷ୍ଟେଲ ସ୍କୁଲ ରେ ପାଠ ପଢିବା ହଷ୍ଟେଲ ରେ ରହିବା ର ବ୍ୟବସ୍ଥା କରା ଯାଇଛି ।

ଅନ୍ୟଜଣେ ସ୍ଥାନୀୟ ବିଦ୍ୟାଳୟରେ ପାଠ ପଢିବେ ।ଜିଲ୍ଲାପାଳ କହିଛନ୍ତି ସମସ୍ତ ପ୍ରକାର ସାହାଯ୍ୟ କରାଯିବ । ଏହି କାର୍ଯ୍ୟକ୍ରମରେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ,ବିଡ଼ିଓ ବୁଲବୁଲ ବେହେରା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

thirteen + six =