ଭାଲୀଆବୋଲ  କାଟେଣୀ ଠାରେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ !

ଢ଼େଙ୍କାନାଳ: ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରଭାଲୀଆବୋଲ  କାଟେଣୀଠାରେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତହୋଇଯାଇଛି। ଏହି ଶିବିରରେ ବହୁ ସଂଖ୍ୟାରେ ରୋଗୀଙ୍କୁ ଚିକିତ୍ସା ପରାମର୍ଶ ଦିଆଯବା ସହ ବିନା ମୂଲ୍ୟରେ ଔଷଧବଣ୍ଟନ କରାଯାଇଥିଲା। 

ଶିବିରରେ ସମ୍ପୃକ୍ତ ଅଞ୍ଚଳର ବହୁବରିଷ୍ଠ ନାଗରିକ, ମହିଳା  ଓ ଜନସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହିତ ଡାକ୍ତରମାନଙ୍କ ପରାମର୍ଶନେଇଥିଲେ।  ବିଭିନ୍ନ ବିଭାଗର୨୫ରୁ ଉର୍ଦ୍ଧ୍ବ ବିଶେଷଜ୍ଞ ଡାକ୍ତର, ୫୦ ରୁ ଊର୍ଦ୍ଧ୍ବ ସେବିକା  ଓସ୍ୱାସ୍ଥ୍ୟକର୍ମୀଏବଂ ୧୦୦ଜଣ ସ୍ୱେଚ୍ଛାସେବୀ ସହଯୋଗ କରିଥିଲେ।

ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ଗତ ୧୭ତାରିଖରୁ ଆରମ୍ଭ ହୋଇଥିବା  ସେବାପକ୍ଷ ଅନ୍ତର୍ଗତ ବିକାଶ ଫାଉଣ୍ଡେସନର ଏହି ସ୍ୱାସ୍ଥ୍ୟ ଶିବିର ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଢେଙ୍କାନାଳ, ଅନୁଗୋଳ  , ସମ୍ବଲପୁର ଓ ଦେବଗଡଜିଲାର ୨୫ଟି ସ୍ଥାନରେ ଅନୁଷ୍ଠିତହେବ। ସେହିପରି ଢେଙ୍କାନାଳ ସଦରବ୍ଲକ ବଣସିଂହ ଏବଂ ପରଜଙ୍ଗ ବ୍ଲକବସୋଇରେ ଏକ ମେଗା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

3 × 2 =