ଗଣେଶ ପୂଜା ପାଇଁ ଉତ୍ସବ ମୁଖର ଭୁବନ , ଚନ୍ଦ୍ରଯାନ ମୁଖ୍ୟ ଆକର୍ଷଣ : ୧୯ ମଣ୍ଡପ ରେ ଗଜାନନ ଙ୍କ ଆବିର୍ଭାବ !

ଢ଼େଙ୍କାନାଳ:ବିଘ୍ନ ବିନାଶକ,ବିଦ୍ୟାଦାତା, ଅଗ୍ରପୂଜ୍ୟ ପ୍ରଭୁ ଗଜାନନ ଙ୍କ ପାଇଁ ସମଗ୍ର ଭୁବନ ଉତ୍ସବ ମୁଖର ହୋଇ ପଡ଼ିଛି । ଗୋଲ୍ଡେନ କ୍ଲବ, ଗ୍ଲୋରିୟସ କ୍ଲବ,ନାଇସ କ୍ଲବ, ମୁନଷ୍ଟାର କ୍ଲବ,କିଙ୍ଗ ଷ୍ଟାର କ୍ଲବ, ବ୍ରିଲିୟାଣ୍ଟ କ୍ଲବ, ୱାରିଅର କ୍ଲବ,ଗଣପତ୍ କ୍ଲବ,ରୟାଲିନ କ୍ଲବ, ଡେଭିଲ କ୍ଲବ,ରେବିଲୟନ୍ସ କ୍ଲବ, ଡ଼ାଇନାମିକ କ୍ଲବ, ଗ୍ୟାଙ୍ଗ ଷ୍ଟାର କ୍ଲବ, ଡାଜ୍ ଲିଙ୍ଗ କ୍ଲବ, ଏକ୍ସସାଇଟେଡ କ୍ଲବ, ସୂର୍ଯ୍ୟାଂସୁ କ୍ଲବ, ସ୍ପ।ର୍କଲର୍ କ୍ଲବ, ଫ୍ରେଣ୍ଡସିପ କ୍ଲବ, ରକ୍ ଷ୍ଟାର ପ୍ରଭୃତି କ୍ଲବ ରେ ବିପୁଳ ଉତ୍ସାହ ଉଦ୍ଦୀପନା ସହ ଗଣେଶ ପୂଜା ପାଳନ ହେଉଅଛି । ଚନ୍ଦ୍ରଯାନ -୩ ର ସଫଳତାକୁ ଡାଇନାମିକ କ୍ଲବ ଚଳିତ ବର୍ଷ ପୂଜାରେ ସ୍ଥାନ ଦେଇଛି । ସୁଉଚ୍ଚ ଚନ୍ଦ୍ରଯାନ ତୋରଣ ମୁଖ୍ୟ ଆକର୍ଷଣ ପାଲଟିଛି ।ଅନୁରୂପ ଭାବେ କଳସ ଏବଂ କେଦାରନାଥ ଗୁମ୍ଫା ମଧ୍ୟ ଆକର୍ଷଣ ସାଜିଛି ।ସୁଉଚ୍ଚ ତୋରଣ ସାଂଗକୁ ରଙ୍ଗୀନ ଆଲୋକମାଳାରେ ଭୁବନ ଝଲସୁଛି।ସନ୍ଧ୍ୟା ପରଠାରୁ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି।ଆସନ୍ତା ୨୩ ତାରିଖ ଶନିବାର ପର୍ଯ୍ୟନ୍ତ ବିଭିନ୍ନ ମଣ୍ଡପ ରେ ପ୍ରଭୁ ଗଜାନନ ପୂଜା ପାଇବେ ।୨୪ ତାରିଖ ରବିବାର ଠାରୁ ୨୬ ତାରିଖ ମଙ୍ଗଳ ବାର ଗଣେଶ ମେଲଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୨୭ ତାରିଖ ବୁଧୁବାର ମଧ୍ୟାହ୍ନ ରୁ ମିଳିତ ଭସାଣି ଯାତ୍ରା ଅନୁଷ୍ଠିତ ହେବ। ଗଣେଶ ମେଲଣ କମିଟି ସଭାପତି ସୁବ୍ରତ କୁମାର ସାହୁ, ସମ୍ପାଦକ ପ୍ରଭାସ ମେହେଣା,ଉପ ସଭାପତି ବିନୋଦ ମହାରଣା,ଶ୍ରୀ ଗଣେଶ ୱେଲ ଫେୟାର୍ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ସମ୍ପାଦକ ଦୀପକ କୁମାର ବେହେରା ପ୍ରମୁଖ ଙ୍କ ନେତୃତ୍ୱରେ ଯାକ ଜମକରେ ଗଣେଶ ପୂଜା ପାଳିତ ହେଉଛି । ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ଆରକ୍ଷୀ ବାହିନୀ ମୁତୟନ ହୋଇଛନ୍ତି।

Leave A Reply

Your email address will not be published.

nineteen + twelve =