ଓଡିଶା ମୋ ପରିବାର ପକ୍ଷରୁ ଛାତ୍ର ନେତା ସୁଶିଲ୍ ଓ ରଞ୍ଜନଙ୍କ ନେତୃତ୍ୱରେ ୧୦୨ ୟୁନିଟ୍ ରକ୍ତ ସଂଗ୍ରହ !

ଢେଙ୍କାନାଳ : ଢେଙ୍କାନାଳ ରକ୍ତଭଣ୍ଡାରରେ ରକ୍ତର ଅଭାବ ଖବର ଜାଣି ବିଜୁ ଜନତା ଦଳ ସଭାପତି ତଥା ଓଡିଶାର ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ଉପସଭାପତି ସୁଶିଲ୍ କୁମାର ଗୋଚ୍ଛାୟତ ଓ ସାଧାରଣ ସଂପାଦକରଞ୍ଜନ ସାହୁ ପ୍ରତ୍ୟେକ୍ଷ ତତ୍ୱବାଧନ ଓ ଜିଲ୍ଲା ଛାତ୍ର ସଭାପତି ତଥା ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜକ ସୁରଜ ମହାପାତ୍ରଙ୍କ ନେତୃତ୍ୱରେରାମେଶ୍ୱରପୁସ୍ଥିତ ସାଇରାମ୍ ପ୍ୟାଲେସ୍ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ମୋଟ୍ ୧୦୨ ୟୁନିଟ୍ ରକ୍ତସଂଗୃହିତ ହୋଇଥିଲା । ସୂଚନାଥାଉକି, ରକ୍ତ ବିନା ଯେପରି କାହାରି ଜୀବନ ନଯାଏ ସେଥିପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଓଡିଶାରେ ରକ୍ତଦାନ ଶିବିର କରି ଗରିବଙ୍କ ଜୀବନ ବଂଚାଇବାରେ ସହାୟକ ହୋଇଛନ୍ତି । ଏହିଅବସରରେ ଢେଙ୍କାନାଳରେ ରକ୍ତ ଅଭାବ ଥିବା ଖବର ଜାଣିବା ପାରେ ରାଜ୍ୟ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ, ଜିଲ୍ଲା ସଭାପତି ତଥାପରଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁ, ଓଡିଶା ମୋ ପରିବାର ଇନ୍‌ଚାର୍ଜ ତଥା ବିଧାୟକ ସୁଧିର କୁମାର ସାମଲ, ସାଂସଦ ମହେଶସାହୁ ପ୍ରମୁଖଙ୍କ ପରାମର୍ଶ କ୍ରମେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଶୁତୋଷ କର, ଓମ୍ ପ୍ରକାଶନାୟକ, ରଘୁ ରାଉଳ, ଲାଡୁନ୍ ସାହୁ, ସିପୁଲା ବେହେରା, ଅମିତ୍ ସାହୁ, ଅଭିଜିତ୍ ମହାପାତ୍ର, ଶକ୍ତି ପଟ୍ଟନାୟକ, ବିଶ୍ୱଜିତ୍ ବେହେରା,ପ୍ରମୁଖ ସହଯୋଗ କରିଥିବାବେଳେ ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ପକ୍ଷରୁ ପରମାନନ୍ଦ ପଣ୍ଡା, ତପନ ଜେନା, ଅଜୟ ସ୍ୱାଇଁ, ନଳିନୀପ୍ରଭାରାଉତ ଓ ବରୁଣ ସାହୁ ପ୍ରମୁଖ ଶିବିରରେ ରକ୍ତ ସଂଗ୍ରହ କରିଥିଲେ ।

Leave A Reply

Your email address will not be published.

eleven + nineteen =