ଓସ୍ତପାଳ ଭୋଟର ଙ୍କ ସମସ୍ୟା ନିର୍ବାଚନ ପୂର୍ବରୁ ସମାଧାନ ପାଇଁ ଦାବି !

ଢେଙ୍କାନାଳ: ହିନ୍ଦୋଳ ନିର୍ବାଚନ ମଣ୍ଡଳୀ, ଓଡାପଡା ବ୍ଲକ ଓସ୍ତପାଳ ବୁଥ ନଂ ୨୬୪ ରୁ ୪୬୫ ଜଣ ଭୋଟରଙ୍କୁ ବେଆଇନ ଭାବେ
ଦୀର୍ଘ ୫ କି.ମି ଦୂର ଜରିପାଳ ବୁଥ ନଂ ୨୫୭ କୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କୁ ନିର୍ବାଚନ ପୂର୍ବରୁ ତାଙ୍କ ନିଜ ଗାଁ ଓସ୍ତପାଳ ର ବୁଥ କୁଫେରାଇ ଆଣିବାକୁ ଉପଜିଲ୍ଲାପାଳ ଙ୍କୁ ଗ୍ରାମବାସୀ ତଥା ଭୋଟର ମାନେ ଅନୁରୋଧ କରିଛନ୍ତି । ଯଦି ସେମାନଙ୍କୁ ତାଙ୍କ ନିଜ ଗ୍ରାମକୁ ଫେରାଇଅଣା ନଯାଏ, ଭୋଟର ମାନେ ଆସନ୍ତା ନିର୍ବାଚନ ବର୍ଜନ କରିବେ ବୋଲି କହିଛନ୍ତି । ଓସ୍ତପାଳ ଗ୍ରାମର ସମାଜସେବୀ ତଥା ଆପ୍ ଜିଲ୍ଲା
ଉପସଭାପତି ରମେଶ ଚନ୍ଦ୍ର ପଣ୍ଡା ଙ୍କ ନେତୃତ୍ୱରେ ଜିଲ୍ଲା ସମ୍ପାଦକବିଧୁ ନାୟକ, ହିନ୍ଦୋଳ ବ୍ଲକ ସଭାପତି ମନୋରଞ୍ଜନ ପାଳ,ଗ୍ରାମବାସୀସନ୍ତୋଷ ତରାଇ, ଦୋଳଗୋବିନ୍ଦ ସାହୁ, ବିଜୟ କୁମାର ସାହୁ ପ୍ରମୁଖ ସହ ଜିଲ୍ଲାପାଳ ଙ୍କୁ ଭେଟି ଦାବିପତ୍ର ଦେଇଥିଲେ ।

Leave A Reply

Your email address will not be published.

ten + fourteen =