ଗୁଣ୍ଡିଚାପଡ଼ା ମସଜିଦ ତୌହିଦ୍ ଠାରେ ଜିଲ୍ଲା ସ୍ତରୀୟ ଏକ ଦିବସୀୟ ଧର୍ମ ସଭା ଅନୁଷ୍ଠିତ !

ଢେଙ୍କାନାଳ : ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ମସଜିଦ ତୌହିଦ୍ ଠାରେ ଅହମଦିୟା ମୁସଲିମ ଜମାଅତ ଗୁଣ୍ଡିଚାପଡ଼ା ଆନୁକୁଲ୍ୟରେ ଜିଲ୍ଲା କଟକ, ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ଅହମଦିୟା ମୁସଲିମ ସଂପ୍ରଦାୟର ତୃତୀୟ ଜିଲ୍ଲା ସ୍ତରୀୟ ଜଲସା ସାଲାନା (ବାର୍ଷିକ ଧର୍ମ ସମ୍ମିଳନୀ) ଆଜି ୧୭.୦୯.୨୦୨୩ ରିଖ ରବିବାର ଦିନ ଅନୁଷ୍ଠିତ ହେବାକୁ ଯାଉଅଛି।
ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବିଶିଷ୍ଟ ମୌଲବି ସାହେବ ମାନେ ଯୋଗଦେଇ ଇସଲାମର ସଂସ୍କାର ଓ ଶିକ୍ଷା ଉପରେ ନିଜ ନିଜର ମୂଲ୍ୟବାନ୍ ବକ୍ତବ୍ୟ ପ୍ରଦାନ କରିବେ।
ଉକ୍ତ ସମ୍ମିଳନୀରେ ଯୋଗଦାନ ନିମନ୍ତେ ଅହମଦିୟା ମୁସଲିମ ସଂପ୍ରଦାୟ ଗୁଣ୍ଡିଚାପଡ଼ାର ସଭାପତି ସୁଲେମାନ ଅଲୀ ଖାଁ ଘୋଷଣା କରିଛନ୍ତି।

Leave A Reply

Your email address will not be published.

1 × four =