ଭୁବନ ଭାଙ୍ଗିଲା କେନାଲ : ମାଟି ଚରି ଗଲା ବିଲ ଏକର ଏକର ଜମି ଜଳ ମଗ୍ନ !

ଢେଙ୍କନାଳ : ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ମୌଜା ରେ କେନାଲ ଭାଙ୍ଗି ଯିବାରୁ ଏକର ଏକର ବିଲ ଜଲମଗ୍ନ ହୋଈଥିବା ଦେଖିବାକୁ ମିଳିଛି I ରେଙ୍ଗାଳି ବାମ କେନାଲ କାମାକ୍ଷନଗର ଡିଭିଜନର ଜିରାଳ ହନୁମାନ ମନ୍ଦିର ଠାରୁ ଗୋବିନ୍ଦପୁର ପୁର ମୌଜା କୁ ଲମ୍ବିଥିବା ଶାଖା କେନାଲ କଇଁଥ ପୋଖରୀ ଠାରେ ଭାଙ୍ଗି ଯିବାରୁ ଏକର ଏକର ଚାଷ ଜମି ଜଳ ମଗ୍ନ ହେବା ସହ କେନାଲ ପାର୍ଶ୍ୱ ବିଲ ମାଟି ମଧ୍ଯ ଚରି ଯାଇଛି I ଦୁଇ ଦିନ ହେବ ଭାଙ୍ଗି ଯିବା ପରେବି କେନାଲ ପାଣି ବନ୍ଦ ହେଉନାହିଁ ଯାହା ଫଳରେ ବିଲ ଗୁଡିକ ନଷ୍ଟ ହୋଇଯିବ ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି. I ଅଧାରେ କେନାଲ ଭାଙ୍ଗି ବାରୁ ତଳ ଅଞ୍ଚଳ କୁ ଦୁଇ ଦିନ ହେବ ଟୋପେ ପାଣି ମଧ୍ଯ ଆସୁନଥିବା ଦେଖିବାକୁ ମିଳିଛି I ଖରା ଦିନେ କେନାଲ କୋଣସି ସଫା ହେଉନାହିଁ କି କୌଣସି ଜାଗାରେ ମରାମତି ହେଉନାହିଁ ଯାହା ଫଳରେ ଚାଷ ସମୟରେ ଏହିଭଳି ସମସ୍ୟ ଦେଖାଦେଇ ଥିବା ଅନୁମାନ କରାଯାଉଛି I ଏ ସମ୍ପର୍କରେ କାମାକ୍ଷନଗର ଡିଭିଜନ ର ଅଧିକ୍ଷଣ ଯନ୍ତ୍ରୀ ସଂଜୀବ ପଟ୍ଟନାୟକ କୁହନ୍ତି ଆଜି ବର୍ଷା ଯୋଗୁ କାମ ହୋଇନାହିଁ ଗତକାଲି ମରାମତି କରିବେ ବୋଲି ଜଣାଇଛନ୍ତି I

Leave A Reply

Your email address will not be published.

18 + nine =