ଶତାୟୁ,ବି.ବି.ହାଇସ୍କୁଲ, ଢେଙ୍କାନାଳରେ ବିମଳ କିଶୋର ମିଶ୍ର ସ୍ମାରକୀ ଶ୍ରେଷ୍ଠ ଛାତ୍ର -ଛାତ୍ରୀ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ !

ଢେଙ୍କାନାଳ : ବିଦ୍ୟାଳୟର ସଭାଗୃହରେ ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ପ୍ରାକ୍ତନ ଛାତ୍ର ଓଡ଼ିଶାର ସ୍ଵନାମଧନ୍ୟ ପ୍ରଶାସକ, ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ,ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ସ୍ବର୍ଗତଃ ବିମଳ କିଶୋର ମିଶ୍ରଙ୍କ ସ୍ମୃତିରେ ତାଙ୍କ ପରିବାର ପକ୍ଷରୁ ପ୍ରଦତ୍ତ ବିମଳ କିଶୋର ମିଶ୍ର ସ୍ମାରକୀ ଶ୍ରେଷ୍ଠ ଛାତ୍ର/ଛାତ୍ରୀ ସମ୍ମାନ ୨୦୨୨ ମସିହା ପାଇଁ ଛାତ୍ର ରାଜେନ୍ଦ୍ର କୁମାର ସାହୁ ଓ ୨୦୨୩ ମସିହା ପାଇଁ ପ୍ରାକ୍ତନ ଛାତ୍ରୀ ସୁଶ୍ରୀ ଶୁଭସ୍ମିତା ସାହୁଙ୍କୁ ସ୍ବର୍ଗତଃ ମିଶ୍ରଙ୍କର କନିଷ୍ଠ ପୁତ୍ର ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଜଷ୍ଟିସ ଶଶିକାନ୍ତ ମିଶ୍ର ମୁଖ୍ୟଅତିଥି ପ୍ରଦାନ କରିଛନ୍ତି। ଉଭୟ ଛାତ୍ର,ଛାତ୍ରୀ ବିଗତ ବର୍ଷ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା-୨୦୨୨ ଓ ୨୦୨୩ ରେ ବିଦ୍ୟାଳୟସ୍ତରରେ ସର୍ବାଧିକ ନମ୍ବର ରଖି ଏ-୧ ଗ୍ରେଡ଼ ହାସଲ କରି ଉକ୍ତ ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇପାରିଥିଲେ । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ ବିଦ୍ୟାଳୟକୁ ଆସି ନିରାଡ଼ମ୍ବର ଭାବରେ ସ୍ବର୍ଗତଃ ମିଶ୍ରଙ୍କର କନିଷ୍ଠ ପୁତ୍ର ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଜଷ୍ଟିସ ଶଶିକାନ୍ତ ମିଶ୍ର ମୁଖ୍ୟଅତିଥି ଭାବରେ ଛାତ୍ର ରାଜେନ୍ଦ୍ର କୁମାର ସାହୁ ଓ ଛାତ୍ରୀ ସୁଶ୍ରୀ ଶୁଭସ୍ମିତା ସାହୁଙ୍କୁ ସ୍ଵୀୟ ପରିବାର ସୌଜନ୍ୟରୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ଢେଙ୍କାନାଳ ପୌରପରିଷଦର ଉପ ନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର ସ୍ଵୀୟ ବକ୍ତବ୍ୟରେ ଛାତ୍ରୀ ଛାତ୍ର ମାନଙ୍କୁ ପାଠ ପଢ଼ା ସହିତ ବୌଦ୍ଧିକ, ଆତ୍ମିକ ଓ ଚାରିତ୍ରିକ ବିକାଶ ପାଇଁ ଶିକ୍ଷୟିତ୍ରୀ,ଶିକ୍ଷକ ତଥା ଅଭିଭାବିକା, ଅଭିଭାବିକ ମାନେ ଚେଷ୍ଟିତ ହେଲେ ଶିକ୍ଷାର୍ଥୀମାନଙ୍କର ସର୍ବାଙ୍ଗୀନ ବିକାଶ ସମ୍ଭବ ହୋଇପାରିବ ବୋଲି ଦୃଢ଼ ମତ ପୋଷଣ କରିଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ରୀ,ଛାତ୍ର,ସମ୍ବର୍ଦ୍ଧିତ ପିତାମାତା ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଓ ଅନ୍ୟାନ୍ୟ ସଭ୍ୟା,ସଭ୍ୟ,ଅଭିଭାବିକା, ଅଭିଭାବକ, ଆଲୁମିନି,ସମେତ ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ଓ ସମସ୍ତ କର୍ମଚାରୀବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.

3 × 1 =