ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବଜରଙ୍ଗ କ୍ଲବ୍ ଦ୍ୱାରା ଏକ ଆଦର୍ଶ ରକ୍ତଦାନ ଶିବିରଡିସେମ୍ବର ୧ ତାରିଖ ରବିବାର ଦିନ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । କ୍ଲବ୍ର ସଦସ୍ୟ ସ୍ୱର୍ଗତରାକେଶ ରାଉତ (ଜିଲୁ) ଓ ସ୍ୱର୍ଗତ ବସନ୍ତ ମଞ୍ଜରୀ ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ରକ୍ତଦାନ ଶିବିରକୁ ଉତ୍ସର୍ଗ କରାଯାଇଥିଲାା ଜିଲ୍ଲା ବନଖଣ୍ଡ ଅଧିକାରୀ, ପୌରପରିଷଦର ଉପନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର ଓ କାଉନ୍ସିଲର ଶୁଭଲକ୍ଷ୍ମୀ ସାହୁ,ସନ୍ଦୀପ ଷଡଙ୍ଗୀ, ଚାମ୍ବର୍ସ ଅଫ୍ କମର୍ସର ସଭାପତି ରାଜେନ୍ଦ୍ର ଦାସ ଏବଂ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶିବିରରେଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । କାଉନ୍ସିଲର ଦୀପ୍ତିରଞ୍ଜନ ସେଠୀ ରକ୍ତଦାନ କରି ରକ୍ତଦାତାମାନଙ୍କୁଉତ୍ସାହିତ କରିଥିଲେ । ଏହି ରକ୍ତ ଦାନ ଶିବିରରେ ୫୧୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।ଢେଙ୍କାନାଳ ରକ୍ତ ଭଣ୍ଡାର ଅଧିକାରୀ ଡା. ସ୍ୱରୂପ ରଞ୍ଜନ ସାହୁ, ଲାବୋରଟୋରୀ ଟେକ୍ନିସିଆନ୍ ରାକେଶ କୁମାରବେହେରା, ପରମାନନ୍ଦ ପଣ୍ଡା, ସୌଭାଗ୍ୟ ରଞ୍ଜନ ମିଶ୍ର, ଆଟେଣ୍ଡାଂଟ୍ ଅଜୟ ସ୍ୱାଇଁ, ବରୁଣ ସାହୁ, ତପନ ଜେନା ଶିବିରପରିଚାଳନା କରିଥିବାବେଳେ ଅନୁଗୁଳ ରକ୍ତ ଭଣ୍ଡାରର ନର୍ସିଂ ଅଫିସର ମଞ୍ଜୁଳାପ୍ରଭା ଶତପଥୀ, ତପସ୍ୱିନୀ ବେହେରା,ଶଇକେଶ ତ୍ରିପାଠୀ, ଲାବରଟୋରୀ ଟେକ୍ନିସିଆନ୍ ପୂଜାଲତା ମଲ୍ଲିକ, ମିତା କାବାସୀ ଜିତେନ ଦାଶ, କାମାକ୍ଷା ପ୍ରସାଦସାହୁ, ମନୋଜ କୁମାର ରାଉତ, କରଣୀ କୁମାର ଦେହୁରୀ, ସୁକାନ୍ତ କୁମାର ସାହୁ ପ୍ରମୁଖ ଶିବିର ପରିଚାଳନାରେ ସହାୟତାକରିଥିଲେ । କ୍ଲବ୍ର ସଭାପତି ମାନସ ରଂଜନ ରାଉତ, ସଂପାଦକ ଶୁଭେନ୍ଦୁ ଶତପଥୀ, ବିକାଶ ହିନ୍ଦୋଚା, ରାଜେଶରାଉତ, ଚନ୍ଦ୍ରଶେଖର ମାଝୀ, ବେଦଧ୍ୟାନ ପଣ୍ଡା, ପ୍ରିୟବ୍ରତ ସାସ୍ମଲ୍, ଶଶି ଭୂଷଣ ପରିଡା, ଦେବାଶିଷ ମିଶ୍ର ଓ କ୍ଲବ୍ରଶହଶହ ସଂଖ୍ୟାରେ ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ । ଉକ୍ତ ରକ୍ତଦାନ ଶିବିରରେ ବସନ୍ତମଞ୍ଜରୀଙ୍କ କନ୍ୟା ଅର୍ଚ୍ଚନା ମହାପାତ୍ର ଓ ଜ୍ୱାଇଁ ତଥା ଓକିଲ ସଂଘର ପୂର୍ବତନ ସଭାପତି ଶିବସାଇ ମହାପାତ୍ର ଉପସ୍ଥିତିରେ ପୁତ୍ର ଗୌରୀଶଙ୍କର ମିଶ୍ର ଓ ପୁତ୍ର ବଧୂ ରଶ୍ମିତା ମିଶ୍ର ରକ୍ତଦାନ କରି ଅନ୍ୟମାନଙ୍କ ଜୀବନ ବଞ୍ଚାଇବାରେ ରକ୍ତଦାନ ସାହାଯ୍ୟକରେ ବୋଲି ମତବ୍ୟକ୍ତ କରିଥିଲେ ।