ଭୁବନ ମହିଳା ମହାବିଦ୍ୟାଳୟ ରେ ବିଶ୍ଵ ଏଡସ୍ ଦିବସ ପାଳିତ : ସଚେତନତା ହିଁ ରୋକିବ ଏଡସ୍ ସଂକ୍ରମଣ !

ଭୁବନ ୨.୧୨- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଏନ୍ ଏସ ଏସ ,ଯୁବ ରେଡକ୍ରସ ଓ ଏନ୍ ସି ସି ତରଫରୁ ବିଶ୍ଵ ଏଡସ୍ ଦିବସ ପାଳିତ ହୋଇଯାଇଛି। ୟୁଥ୍ ରେଡ କ୍ରସ କାଉନସେଲର ଅନୁପମା ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଡସ୍ ରୋଗର ସୃଷ୍ଟି ଓ ସମାଜ ଉପରେ ଏହାର କୁପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ । କେବଳ ସଚେତନତା ଜରିଆରେ ସମାଜ ରୁ ଏଡସ୍ ରୋଗକୁ ଦୂରେଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ବରିଷ୍ଠ ଅଧ୍ୟାପିକା ଡ଼ଃ ମମତା ପାତ୍ର ଏହି ଦିବସର ତାତ୍ପର୍ଯ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଏନ୍ ଏସ ଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ନିରଞ୍ଜନ ନାୟକ ସଚେତନତା ହିଁ ସୁରକ୍ଷା ବୋଲି ମତ ବ୍ୟକ୍ତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ପ୍ରଶାନ୍ତ ରାଉତରାୟ ଓ ଏନ୍ ସି ସି ଅଫିସର ଡ଼ଃ ନମିତା ଦାଶ ଙ୍କ ତତ୍ତ୍ଵାବଧାନରେ ଛାତ୍ରୀ ମାନେ ପ୍ଲାକାର୍ଡ ଧରି ରାଲିରେ ସହର ପରିକ୍ରମା କରି ବିଭିନ୍ନ ସ୍ଲୋଗାନ ଦେଇ ନିରାକରଣ ବାର୍ତ୍ତା ପ୍ରଚାର କରିବା ସହ ଜନ ସାଧାରଣଙ୍କୁ ସଚେତନ କରିଥିଲେ ।

Leave A Reply

Your email address will not be published.

five × two =