ଢ଼େଙ୍କାନାଳ : ପୁରୀ ବେଳା ଭୂମିରେ ଶେଷ ହୋଇଥିବା ୪ର୍ଥ ୱାକୋ ଓଡିଶା ରାଜ୍ୟ ଉଚ୍ଚ ସମ୍ପାଦନା ସ୍ତରୀୟ ଆମେଚର କିକ୍ ବକ୍ସିଂ ପ୍ରଶିକ୍ଷଣ ଶିବିର ର ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ର ୩୩ ଜଣ ଖେଳାଳୀ ଭାଗନେଇ ଫେରିଚନ୍ତି ଓ ଏହି ଶିବିର ରେ କୋଚ୍ ମିହିର୍ କୁମାର ସାହୁ କୋଚ୍ ର ଦାୟିତ୍ଵ ନିର୍ବାହ କରିଥିଲେ । ଶିବିର ରେ ରାଜ୍ୟ ସଭା ସାଂସଦ ସୁଭାସିସ୍ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗିୟ ଅତ୍ରିକ୍ତ ସଚିବବିଜୟ କୁମାର୍ ସ୍ୱାଇଁ ହକି ପ୍ରଚାର ଓ ପ୍ରସାର ପରିଷଦର (ସି.ଇ.ଓ) ଦୀପଙ୍କର ମହାପାତ୍ର ,ଆମେଚର କିକ୍ ବକ୍ସିଂ ଆସୋସିଏସେନ୍ ର ମୁଖ୍ୟ ଉପଦେଷ୍ଟା ଭାବନୀ ପ୍ରସାଦ୍ ମିଶ୍ର , ସଭାପତି କାର୍ତ୍ତିକ୍ ଡାକୁଆ, ଉପସଭାପତି ହେମନ୍ତ ଦାସ, ସମ୍ପାଦକ ବିଚିତ୍ରା ନାରାୟଣ ଜେନା, ଏବଂ ଅନ୍ୟ ଅତିଥି ମାନେ ଉପସ୍ଥିତ ଥିଲେ l ଏହି ଶିବର ରେ ଜିଲ୍ଲା ର ଦୁଲାରାମ୍ ହାନସାଁଦା, ସୁସିଲ୍ କୁମାର ରାଉତ, ଚନ୍ଦନ ସାହୁ, ସୁଧିନ୍ଦ୍ରନାଥ ପଟ୍ଟନାୟକ, ଲିପ୍ସା ସିଂଙ୍ଗ, ରୋସନୀ ବେଗମ୍,ଅରୁନ୍ଧତୀ ସାହୁ, ମାନସୀ ସାହୁ, ସ୍ମୃତି ଭୋଇ ଏହି ମାନେ ଓଡ଼ିଶା କିକ୍ ବକ୍ସିଂ କୋଚ୍ ପାଇଁ ବିବେଚିତ ହୋଇଛନ୍ତି ।ଏହି ସଫଳତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ, କ୍ରୀଡ଼ା ଅଧିକାରୀ ସୁଦୀପ୍ତ କୁମାର ସାହୁ, ଫ୍ଲୋରେନ୍ସୟା ଏକା, ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ର ସଭାପତି ଶିଶିକାନ୍ତ ଗଡ଼ନାୟକ, ଉପସଭାପତି ସନ୍ତୋଷ କୁମାର ପରିଡ଼ା, ସମ୍ପାଦିକା କିର୍ତ୍ତିରାନି ସାହୁ, ଯୁଗ୍ମ ସମ୍ପାଦକ ବାପି ସାମଲ, କୋଷାଧ୍ୟକ୍ଷ ଆରବିନ୍ଦ ବେହେରା, ଏବଂ ଆସୋସିଏସନ୍ର ସମସ୍ତ ସଦସ୍ୟ ଏହି ଖେଳାଳୀ ମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।