ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଖରିଫ୍ ଧାନ ସଂଗ୍ରହ କିଣା କାରବାର ଜାନୁଆରୀ ୮ ତାରିଖ ଠାରୁ ଆରମ୍ଭ ହେବାକୁ ଜିଲ୍ଲା ପ୍ରଶାସନନିଷ୍ପତି ନେଇଛି । ଧାନମଣ୍ଡୀ ଓ ଧାନ କିଣା କାରବାରରେ ବ୍ୟାପକ ସ୍ୱଚ୍ଛତା କରିବା ପାଇଁ ଆଜି ବିଜେପି କୃଷକ ମୋର୍ଚ୍ଚା ତରଫରୁ ଢେଙ୍କାନାଳଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ସହଦେବ ପୃଷ୍ଟିଙ୍କ ସଭାପତିତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହିବୈଠକରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଢେଙ୍କାନାଳ ଜିଲ୍ଲାରେ ୯୨ ଟିଧାନମଣ୍ଡୀ ଦ୍ୱାରା ଧାନ କିଣା କାରବାରରେ ସ୍ୱଚ୍ଛତା ହେବା ସହିତ କଟ୍ନୀ ଛଟ୍ନୀ ବନ୍ଦ କରିବା ଓ ମିଲରମାନଙ୍କର ମନମାନିକୁ ଦୃଢତାର ସହିତବନ୍ଦ କରାଯିବ ବୋଲି ରାଜ୍ୟ ସଭାପତି ମହେଶ୍ୱର ସାହୁ ତାଙ୍କ ଅଭିଭାଷଣରେ କହିଥିଲେ । ଢେଙ୍କାନାଳ ଜିଲ୍ଲାର ସମସ୍ତ ଧାନମଣ୍ଡୀରେ କୃଷକମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଜଗିବା ସହିତ ତଦାରଖ କରିବେ ବୋଲି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଛି । ଏହି ବୈଠକରେବିଜେପି କୃଷକ ରାଜ୍ୟ ଉପସଭାପତି ପୁଲିନ୍ ପ୍ରକାଶ ପୁହାଣ, ରାଜ୍ୟ ସଂପାଦକ ପ୍ରଶାନ୍ତ କୁମାର ସ୍ୱାଇଁ, ରାଜ୍ୟ ସଂଯୋଜକ ସନ୍ତୋଷ କୁମାରବିଶ୍ୱାଳ, ବରିଷ୍ଠ ବିଜେପି ନେତା ପ୍ରେମାନନ୍ଦ ଜେନା, କୈଳାଶ ଚନ୍ଦ୍ର ରାଉତ, ଜିଲ୍ଳା ସାଧାରଣ ସମ୍ପାଦକ ପ୍ରଦୀପ କୁମାର ସାହୁ ଓ ଗୌତମକୁମାର ନାୟକ, ଜିଲ୍ଳା ଉପସଭାପତି ରବିନ୍ଦ୍ର କୁମାର ବେହେରା, ବଳଦେବ ବେହେରା, ଦେବାଶିଷ ପଣ୍ଡା, ଭାବଗ୍ରାହୀ ନାୟକ, ଗୋଲକବିହାରୀ ଜେନା, ଗୌତମ ନାୟକ, ପ୍ରସାଦ ସେଠୀ, ଶିଶିର କୁମାର ସାହୁ, ବଳରାମ ସାହୁ, ସଞ୍ଜୟ କୁମାର ଦାସ, ପବିତ୍ର କୁମାର ବରାଳ,ଉଚ୍ଛବ ପ୍ରଧାନ, ପ୍ରକାଶ ଛତା, ବଳଦେବ ମହାନ୍ତ, ଦିବାକର ସେନାପତି, ଯଶୋବନ୍ତ ବେହେରାଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଯୋଗଦାନ କରିଥିଲେ ।