ଢେଙ୍କାନାଳ : ଢେଙ୍କାନାଳ ପୌରପରିଷଦ ୯ନଂ ୱାର୍ଡ ବନମାଳିପ୍ରସାଦ ଅଂଚଳର ଅବଶିଷ୍ଟ ବଂଚି ରହିଥିବା ଗୋଚର ଜମିରକିସମ ପରିବର୍ତନ କରାନଯିବା ପାଇଁ ପ୍ରାୟ ୨୦୦ ସଂଖ୍ୟାରେ ପୁରୁଷ ଓ ମହିଳା ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବୀ ପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ତହସିଲଦାରଙ୍କୁ ସାକ୍ଷାତ କରି ମଧ୍ୟ ପ୍ରଦାନ କରାଯାଇଛି । ବନମାଳିପ୍ରସାଦ ମୌଜା ଖାତା ନଂ-୫୪୧, ପ୍ଲଟ୍ ନଂ୧୭୯୭ ଓ ୧୯୯୭/୨୧୫୨ର ମୋଟ୍ ଏରିଆ ଏ୬.୮୨ଡେସମିଲି କୁ ସାଂଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସାଂଧ୍ୟ ସ୍ନାତକ ମହାବିଦ୍ୟାଳୟ ନୂତନ ଭାବେ ଗଢି ତୋଳିବାକୁ ଲିଜ୍ ରୂପେ ହସ୍ତାନ୍ତରଣ କରିବାକୁ ଗୋଚର ଜମିରୁ ପତିତ କିସମ ଓ ଖାତା ରଖିତରୁ ଆବାଦଯୋଗ୍ୟଅନାବାଦିକୁ ଏହାର କିସମ ପରିବର୍ତନ ନିମନ୍ତେ ତହସିଲ କାର୍ଯ୍ୟାଳୟ ମୋକଦମା ସଂଖ୍ୟା – ୨୯୨/୨୦୨୩ ଓ ୨୮୮/୨୦୨୩ ଦ୍ୱାରାଜନଶୁଣାଣି ଆପତି ଅଭିଯୋଗ ପାଇଁ ସର୍ବସାଧାରଣରେ ନୋଟିସ୍ ଗତ ୩୧.୦୮.୨୦୨୩ରେ ଜାରି ହୋଇଥିଲା । ତେବେ ଏହି ନୋଟିସ୍କୁବନମାଳୀପ୍ରସାଦ ଗ୍ରାମର ସମସ୍ତ ଅଂଚଳରେ ଡେଙ୍ଗୁରା ବାଡେଇ ସମସ୍ତ ଜନସାଧାରଣଙ୍କୁ ସୂଚନା ପ୍ରଦାନ କରିବାକୁ ଥିବାବେଳେ ଏଥିରେଚଂଚକତା କରାଯାଇଥିଲା । ଏକ ସପ୍ତାହ ବିତିଯିବା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବା ମାତ୍ରେ ଅଂଚଳବାସୀଙ୍କର ଏକ ବୈଠକହୋଇଥିଲା । ଏହି ବୈଠକରେ ଏହାର ବିଧିବଧ ତଦନ୍ତ କରାଯାଇ ଗୋଚର ଜମିର କିସମ ପରିବର୍ତନ କରାନଯାଇ ଗ୍ରାମବାସୀନ୍ଦାଙ୍କଗୃହପାଳିତ ପଶୁମାନଙ୍କ ଚରାଭୂଇଁ ହିସାବରେ ସଂରକ୍ଷିତ ରଖିବା ସହ ପ୍ରସ୍ତାବିତ ସାଂଧ୍ୟ ମହାବିଦ୍ୟାଳୟକୁ ଉକ୍ତ ପ୍ଲଟ୍ ଦୁଇଟିକୁ ଲିଜ୍ ସୂତ୍ରରେପ୍ରଦାନ କରାନଯିବା ପାଇଁ ଏକ ଦାବୀପତ୍ର ଆଜି ଜିଲ୍ଲାପାଳ ଓ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତା୧୫.୦୯.୨୦୨୩ ତାରିଖରେ ଜନଶୁଣାଣି ଆପତି ଅଭିଯୋଗ ସମୟସୀମା ଶେଷ ହେବାକୁ ଥିବାବେଳେ ଗତ ୨୯.୦୮.୨୦୨୩ତାରିଖରେ ଜମି ଚିହ୍ନଟ ପ୍ରକ୍ରିୟା ସରିବା ପରେ ସାଂଧ୍ୟ ମହାବିଦ୍ୟାଳୟର କର୍ତୃପକ୍ଷ ଚାରୋଟି ଜେସିବି ମେସିନ୍ ଓ ୧୫ଜଣ ଶ୍ରମିକଙ୍କୁ ନିଯୁକ୍ତିଦେଇ ରାତିଦିନ କାର୍ଯ୍ୟରେ ଲଗାଇ ଉକ୍ତ ଜାଗାକୁ ଏକ ସମତଳ ଭୂଖଣ୍ଡରେ ପରିଣତ କରି ତାରବାଡ ଦେଇଛନ୍ତି । ତେଣୁ ଗୃହପାଳିତପଶୁମାନଙ୍କ ଉପରେ ନିର୍ଭର କରୁଥିବା ବାସୀନ୍ଦା ବାଧ୍ୟ ହୋଇ ଦୂରଦୂରାନ୍ତ ଅଂଚଳକୁ ବର୍ଷା କାଦୁଅରେ ପଶୁମାନଙ୍କୁ ଚରାଇବା ପାଇଁ ନେଇଯାଉଛନ୍ତି । ଏହି ଘଟଣା ସଂପର୍କରେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କୁବନମାଳୀପ୍ରସାଦର ବୁଦ୍ଧିଜୀବୀ ଏବଂ କାଉନ୍ସିଲର ସୂର୍ଯ୍ୟପ୍ରତାପରାଉତ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିସାରିଛନ୍ତି । ଏହି ଗୋଚର ଜମିକୁ ଗ୍ରାମବାସୀଙ୍କ ଗୃହପାଳିତ ପଶୁଙ୍କ ନିମନ୍ତେ ଚରାଭୂଇଁ
ହିସାବରେ ସଂରକ୍ଷିତ ରଖାନଯାଏ ଆଗାମୀ ଦିନରେ ଦିଗରେ ଅନେକ ସମସ୍ୟା ଉପୁଜିବା ସହିତ ଆନ୍ଦୋଳନର ପନ୍ଥା ଗ୍ରହଣ କରିବେବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି ।
Prev Post