ଢେଙ୍କାନାଳ : ଢେଙ୍କାନାଳ ରକ୍ତଭଣ୍ଡାର ପରିସରରେ ରକ୍ତର ଅଭାବ ଖବର ଜାଣି ବିଜୁ ଜନତା ଦଳ ସଭାପତି ତଥା ଓଡିଶାରମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ଉପସଭାପତି ଆଶୁତୋଷ କରଙ୍କ ପ୍ରତ୍ୟକ୍ଷ ତତ୍ୱବାଧନ
ଓ ଜିଲ୍ଲା ଛାତ୍ର ସଭାପତି ତଥା ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜକ ସୁରଜ ମହାପାତ୍ରଙ୍କ ନେତୃତ୍ୱରେ ଢେଙ୍କାନାଳ ରକ୍ତଭଣ୍ଡାର ଠାରେରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ମୋଟ୍ ୫୧ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ସୂଚନାଥାଉକି, ରକ୍ତ ବିନାଯେପରି କାହାରି ଜୀବନ ନଯାଏ ସେଥିପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଓଡିଶାରେରକ୍ତଦାନ ଶିବିର କରି ଗରିବଙ୍କ ଜୀବନ ବଂଚାଇବାରେ ସହାୟକ ହୋଇଛନ୍ତି । ଏହି ଅବସରରେ ଢେଙ୍କାନାଳରେ ରକ୍ତ ଅଭାବ ଥିବା ଖବର
ଜାଣିବା ପାରେ ରାଜ୍ୟ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ, ଜିଲ୍ଲା ସଭାପତି ତଥା ପରଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁ, ଓଡିଶା ମୋପରିବାର ଇନ୍ଚାର୍ଜ ତଥା ବିଧାୟକ ସୁଧିର କୁମାର ସାମଲ, ସାଂସଦ ମହେଶ ସାହୁ ପ୍ରମୁଖଙ୍କ ପରାମର୍ଶ କ୍ରମେ ଏହି ରକ୍ତଦାନ ଶିବିରଆୟୋଜନ କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ପକ୍ଷରୁ ଡା. ଜୟନାରାୟଣ ପାଢୀ, ପରମାନନ୍ଦ ପଣ୍ଡା, ଭୀମସେନାବେହେରା, ତପନ ଜେନା ଓ ବରୁଣ ସାହୁ ପ୍ରମୁଖ ଶିବିରରେ ରକ୍ତ ସଂଗ୍ରହ କରିଥିଲେ ।
Prev Post