ଭୁବନ ; ସୁରପ୍ରତାପପୁର ସମବାୟ ସମିତିରେ ନୋଟିସ ଲଗାଇବାକୁ ଯାଇ ଅଧିକାରୀ ହଟହଟା !

ଢ଼େଙ୍କାନାଳ : ଧାନ କିଣା ଦୃନିତୀରେ ଲିପ୍ତ ଜଣେ ସମବାୟ କର୍ମଚାରୀଙ୍କ ନିଲମ୍ବନର ଏକ ବର୍ଷ ପରେ ପୁନଃ ନିଯୁକ୍ତିକୁ ନେଇ ତାତି ଉଠିଛନ୍ତି ସୁରପ୍ରତାପପୁର ସମବାୟ ସମିତି ଅର୍ନ୍ତଗତ ଚାଷି ।

ସମବାୟ ସମିତି ନିର୍ବାଚନ ସଂର୍ପକୀୟ ବିଜ୍ଞପ୍ତି ନୋଟିସ ନେଇ ଯାଇଥିବା ନିର୍ବାଚନ ଅଧିକାରୀଙ୍କୁ ହଟହଟା ହେବାକୁ ପଡିଛି । ପରେ ବନ୍ଧୁକ ଧାରୀ ପୋଲିସଙ୍କ ସହାୟତାରେ ମୁକୁଳିଥିଲେ ନିର୍ବାଚନ ଅଧିକାରୀ । ଖବରନେବାରେ ଜଣାପଡିଛି ଯେ ସୁରପ୍ରତାପପୁର ସମବାୟ ସମିତିରେ ଡାଟା ଏଣ୍ଟ୍ରି କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ସ୍ମୃତିପ୍ରକାଶ ସ୍ୱାଇଁଙ୍କୁ ୨୦୨୧ ମସିହା ଧାନ କିଣାରେ ଘୋର ଦୃନିତି କରିଥିବା ଅଭିଯୋଗରେ ବିଭାଗୀୟ ମନ୍ତ୍ରୀ ଓକାମାକ୍ଷାନଗର ବିଧାୟକଙ୍କ ସୁପାରିଶ କ୍ରମେ କାର୍ଯ୍ୟରୁ ନିଳମ୍ବନ କରାଯାଇଥିଲା ।

ସେହି ସମୟରୁ ଏହି ସମିତିରେ କେହି ସ୍ଥାୟୀ ସଂପାଦକ କାର୍ଯ୍ୟ କରୁନାହାନ୍ତି । ବର୍ଷ ମଧ୍ୟରେ ଚାରି ଜଣ ସଂପାଦକ ଦାୟିତ୍ୱ ନେଲେଣି । ରାଜନୈତିକ ଚାପରେ ଚାପି ହୋଇ କିଏ ଚାକିରୀ ଛାଡିଦେଉଛନ୍ତି ତ କିଏ ଲମ୍ବା ଛୁଟିରେ ଚାଲିଯାଉଛନ୍ତି । ତେବେ ଏଭଳି ସମସ୍ୟାର ସମାଧାନ ପାଇଁ ସମବାୟ ବିଭାଗ ପକ୍ଷରୁ ନିଲମ୍ବିତ ଡାଟା ଏଣ୍ଟ୍ରି କର୍ମଚାରୀଙ୍କ ନିଲମ୍ବନ ହଟାଇ ଦେଇ ପୁନଃ ନିଯୁକ୍ତି ପାଇଁ ଯୋଜନା କରି ରବିବାର କାର୍ଯ୍ୟାଳୟକୁ ପଠାଇଥିଲେ ।

ତାଙ୍କ ସହିତ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ନେଇଥିବା ଗଡନୃସିଂହପ୍ରସାଦ ପଞ୍ଚାୟତର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ତରାଇ ବିଜ୍ଞପ୍ତି ନୋଟିସ ଲଗାଇବାକୁ ଯାଇଥିବା ବେଳେ ଚାଷୀଙ୍କ ଦ୍ୱାରା ହଟହଟା ହେବାକୁ ପଡିଛି । ବିବାଦୀୟ କର୍ମଚାରୀଙ୍କୁ ନିଯୁକ୍ତି ଦିୟା ନଯିବା ସହ ନିର୍ବାଚନ ରଦ୍ଦ କରିବାକୁ ନେଇ ଚାଷୀ ସଂଘ ପକ୍ଷରୁ ଦାବି କରାଯାଇଛି । ପୂର୍ବରୁ ଶତାଧିକ ଚାଷୀଙ୍କ ସମେତ ଯମୁନାକୋଟ ସରପଚଂ ରଂଜନ ବାରିକ , ସୁରପ୍ରତାପପୁର ସରପଞ୍ଚ ସୋନୀ ସାମଲ ଲିଖିତ ଭାବେ ଏ ସଂର୍ପକରେ ସମବାୟ ମନ୍ତ୍ରୀ , ସଚିବ . ନିର୍ଦ୍ଦେଶକ. ଜିଲ୍ଲାପାଳ , ଉପଜିଲ୍ଲାପାଳ , ଉପନିବନ୍ଧକ , ସହକାରୀ ଉପ ନିବନ୍ଧକ , ପ୍ରସାଶନିକ ଅଧିକାରୀ ଙ୍କୁ ଲିଖିତ ଜଣାଇଛନ୍ତି ।

Leave A Reply

Your email address will not be published.

16 − 15 =