ଢ଼େଙ୍କାନାଳ ର ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ପଦେ ……….. ନବୀନ ନନ୍ଦ,ପୂର୍ବତନ ବିଧାୟକ ଢ଼େଙ୍କାନାଳ

ବନ୍ଧୁଗଣ
ଆପଣ ମାନେ ସମସ୍ତେ ଜାଣନ୍ତି ସମ୍ପ୍ରତି ଢେ଼ଙ୍କାନାଳ ମହିସାପାଟ ଠାରେ ୧୫ବର୍ଷ ଧରି ପ୍ରସ୍ତାବିତ ମଡେଲ ବସଷ୍ଟାଣ୍ଡ ଯାହାକୁ କି ମାନ୍ୟବର ମୁଖ୍ୟମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ସେହି ଜାଗା କୁ ଜିଲ୍ଲା ପ୍ରଶାସନ ଅନ୍ୟ ଉଦେଶ୍ୟ ରେ ଲିଜ ଦେବା ନିତ୍ୟାନ୍ତ ଦୁଃଖ ର ବିଷୟ। ସେହି ଜାଗା ରେ ପ୍ରତିବର୍ଷ ପଲ୍ଲୀଶ୍ରୀ ମେଳା ହୋଇ ଆସୁଥିଲା ।ଢେ଼ଙ୍କାନାଳ ର କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟା କୁ ଆଖି ଆଗରେ ରଖି “ମଡେଲ ବସ ଷ୍ଟାଣ୍ଡ”ର ପରିକଳ୍ପନା କରାଯାଇ ସେଥି ପାଇଁ ୨୨କୋଟି ରୁ ଅଧିକ ଅର୍ଥ ମଞ୍ଜୁର କରାଯାଇଥିଲା । କିନ୍ତୁ କାହା ନିର୍ଦ୍ଦେଶ ରେ ଏପରି ଏକ ପ୍ରକଳ୍ପ କୁ ଭଣ୍ଡୁର କରିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଲା ତାହା ବର୍ତ୍ତମାନ ସଂଦେହ ଘେରରେ । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ମଡେଲ ବସ ଷ୍ଟାଣ୍ଡ ତିଆରି ସାରିଲାଣି ।ଢେ଼ଙ୍କାନାଳ ରେ କାହିଁକି ହେବନାହିଁ ? ଯଦି ଆଉ କିଛି ବୃହତ୍ ଯୋଜନା ଥାଏ ତେବେ ଢେ଼ଙ୍କାନାଳ ର ଜନ ସାଧାରଣ ଜାଣିବା ଦରକାର୍। ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇ କିପରି ଏହି ପ୍ରକଳ୍ପ କୁ ପରିବର୍ତ୍ତନ କରାଗଲା ? ଏହା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଜ୍ଞତ ସାର ରେ ହୋଇଛି ତ? ଏହାର ଜବାବ ଜିଲ୍ଲା ପ୍ରଶାସନ ରଖିବା ଦରକାର୍ ।
ମୋ ଜାଣିବାରେ ଢେ଼ଙ୍କାନାଳ ର ସ୍ବାର୍ଥ ପାଇଁ ଆପଣ ମାନେ ସର୍ବଦା ସ୍ୱର ଉତ୍ତୋଳନ କରି ଆସିଛନ୍ତି । ମୋର ମନେ ଅଛି ବିଗତ ୨୦୦୧ ମସିହାରେ ଯେତେବେଳେ ସେତେବେଳ ର ଜିଲ୍ଲାପାଳ ଢେ଼ଙ୍କାନାଳ ର ମିନି ଷ୍ଟାଡିୟମ କୁ ଏକ ମାର୍କେଟ କମ୍ପ୍ଲେକ୍ସ କରିବା ପାଇଁ ପଦକ୍ଷେପ ନେଇଥିଲେ ସେତେବେଳେ ପ୍ରବଳ ବିରୋଧ ହୋଇଥିଲା ଓ ଆପଣ ମାନେ ମଧ୍ୟ ସମର୍ଥନ କରିଥିଲେ । ସେଥି ପାଇଁ ମଧ୍ୟ କୋର୍ଟ କଚେରି ର ଦ୍ବାରସ୍ଥ ହେବାକୁ ପଡ଼ିଥିଲା । ସେତେବେଳେ ସେହି ମାର୍କେଟ କମ୍ପ୍ଲେକ୍ସ କୁ ଭଙ୍ଗଜାଇ ପୁଣି ତାର ସ୍ଥିତାବସ୍ଥା ବଜାୟ ରହିଥିଲା ଓ ଜିଲ୍ଲା ପ୍ରଶାସନ ତାର ନିଷ୍ପତ୍ତି କୁ ପ୍ରତ୍ୟାହାର କରିଥିଲେ ।
ତେଣୁ ଏବେ କଣ ଏପରି ବଧ୍ୟାବଧକତ ପଡ଼ିଲା ଯେ ଏତେ ବଡ ପଡିଆ (ମଡେଲ ବସ ଷ୍ଟାଣ୍ଡ) କୁ ଖଣ୍ଡ ବିଖଣ୍ଡିତ କରାଯାଇ ସେଥିରୁ କିଛିଭାଗ ଜମି ମାଫିଆ ଙ୍କ କବଳ ରେ ଛାଡି ଦିଆଯାଇ ବର୍ତ୍ତମାନ ଯୁଦ୍ଧ କାଳୀନ ଭିତିରେ ପାଚେରୀ ନିର୍ମାଣ ହେଉଛି । କେବଳ ଗୋଟିଏ ଖବର କାଗଜ “ସମାଜ” ରେ ଏ ସମ୍ବନ୍ଧ ରେ ସମ୍ବାଦ ପ୍ରକାଶ ପାଇଥିଲା । କିଛି ମୁଷ୍ଟିମେୟ ବସ ମାଲିକ ଙ୍କ କଥାରେ ପ୍ରରୋଚିତ ହୋଇ ବର୍ତ୍ତମାନ ର ବିଧାୟକ ଏହାକୁ ସମ୍ମତି ପ୍ରଦାନ କରିଥିବାର ଆଲୋଚନା ହୁଏ ।ଯଦି ଏହା ସତ୍ୟ ହୋଇଥାଏ ତେବେ ଏହା ଅତ୍ୟନ୍ତ ଦୁଃଖଦାୟକ ଘଟଣା । ବର୍ତମାନ ଯେଉଁ ଜାଗାରେ ବସ ଷ୍ଟାଣ୍ଡ ଅଛି ତାହା ର ଜାଗା ଅତ୍ୟନ୍ତ ଛୋଟ ହୋଇଥିବାରୁ ଦୂର ଦୁରାନ୍ତ ଆସୁଥିବା ବସ୍ ଗୁଡିକ ରାସ୍ତା ଉପରେ ବସ ରଖିଥିବାରୁ ଏହା ଟ୍ରାଫିକ ସମସ୍ୟା ଦେଖା ଦେଇଛି। ଆହୁରି ମଧ୍ୟ ଅନେକ ଏକ୍ସପ୍ରେସ ବସ ଟାଉନ ଭିତରେ ନଯାଇ ବାଇପାସ୍ ବାଟେ ଚାଲି ଯାଉଛନ୍ତି । କିଛି ବ୍ୟବସାୟୀ ମାନଙ୍କ ସ୍ବାର୍ଥ କୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ର ଏଭଳି ଜନ ସ୍ଵାର୍ଥ୍ୟ ବିରୋଧୀ ନିଷ୍ପତି କୁ ମୁଁ ସମର୍ଥନ କରି ପାରୁ ନାହିଁ । ଏଭଳି ନିଷ୍ପତି କୁ ପ୍ରତ୍ୟାହାର କରାଯାଇ ମଡେଲ ବସ ଷ୍ଟାଣ୍ଡ ଟି କିପରି ହେବ ସେ ସମ୍ପର୍କରେ ପ୍ରଶାସନ ଉପରେ ଚାପ୍ ସୃଷ୍ଟି କରାଯାଉ । ରାଜ୍ୟ ପରିବହନ ନିଗମ କୁ ଅନ୍ୟ ଜାଗା “ବସ ଡିପୋ” କରିବା ପାଇଁ ଦିଆଯାଉ। ଢେ଼ଙ୍କାନାଳ ର ସ୍ବାର୍ଥ ପାଇଁ ଆପଣ ମାନଙ୍କୁ ମୋର ଏତିକି ନିବେଦନ ।

Leave A Reply

Your email address will not be published.

13 + seven =