ହିନ୍ଦୋଳ ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଲାଞ୍ଚ ଖୋର ଓ ଶୋଷଣତାକୁ ନେଇ ରିଟଲରମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ !

ଢେଙ୍କାନାଳ : ହିନ୍ଦୋଳ ବ୍ଲକ୍‌ର କାର୍ଯ୍ୟରତ ସରକାରୀ ଖୁଚୁରା ବିକ୍ରେତାମାନେ ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଲାଂଚଖୋର ଓ ଶୋଷଣତାକୁ ନେଇ ଉପଜିଲ୍ଲ।ପ।ଳଙ୍କ କାର୍ଯ୍ୟାଳୟ ଠାରେ ଜନ ଶୁଣାଣି ଅଭିଯୋଗ ପ୍ରକୋଷ୍ଠ ରେ ଜିଲ୍ଲ।ପ।ଳଙ୍କ
ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲ।ପ।ଳ ରମେଶ ଚନ୍ଦ୍ର ସେଠୀଙ୍କୁ ପ୍ରଦା ନ କରିଛନ୍ତି । ୍ରକାଶ ଯେ ହିନ୍ଦୋଳର ୧୨୧ ଡିଲର ଆଜକୁ ୩ ବର୍ଷ ହେବ ଅତିରିକ୍ତ ଯୋଗାଣ ଅଧିକାରୀ ଆଶୀଷ ରଞ୍ଜନ ରାଉତଙ୍କ ଲାଂଚଖୋର ଓ ଶୋଷଣତା ମନୋବୃତି ଯୋଗୁଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆଜକୁ ୧ ବର୍ଷ ହେବ ହିନ୍ଦୋଳ ବ୍ଲକ୍‌ରେ ଯୋଗାଣ ନିରୀକ୍ଷକ ଦ ଖାଲି ଡିଛି । ଏହି ସୁଯୋଗ ନେଇ ଏ.ସି.ଏସ୍‌.ଓ. କେତେଜଣ ଚାମ୍‌ଚାଗିରି ଡିଲର ଓ ନିଜର ପର୍ସନାଲ୍ ଡାଟା ଏଂଟ୍ରି ଅରେଟରଙ୍କୁ ଧରି ଡିଲରମାନଙ୍କୁ ବିଭିନ୍ନ ୍ରକାର ଇରାଣ କରିବା ସହ ଏକତରା ଶୋଷଣ କରିଆସୁଛି । ପ୍ରତ୍ୟେକ ମାସରେ ରିଟେଲରମାନଙ୍କ ପ୍ରାପ୍ୟ କୁଟାର କ୍ୱିଂଟାଲ୍ ପିଛା ଦେଢ କିଲୋରୁ ଦୁଇ କିଲୋ ଚାଉଳ କାଟିକରି ରଖୁଛନ୍ତି । ରିଟେଲରମାନଙ୍କ ଖାଉଟି ମୋଟ୍ ସଂଖ୍ୟା ଠାରୁ ୪/୫ ଜଣଙ୍କ ଚାଉଳ କମ୍ ଯୋଗାଉଛନ୍ତି । ଯାହାଦ୍ୱାରା ଇପିଓଏସ୍ ମେସିନ୍‌ରେ ସେମାନଙ୍କ ନାମ ଆସୁନାହିଁ । ଏ ବିଷୟରେ ଏ.ସି.ଏସ୍‌.ଓ.ଙ୍କୁ ଜଣାଇଲେ ସେ କହୁଛନ୍ତି ତୁମ୍ଭେ ଯେଉଁଠାରୁ ଆଣି ସେମାନଙ୍କୁ ଦିଅ ନଚେତ୍ ତୁମ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ପ୍ରତ୍ୟକ ମାସର ୮୫୦୦ କ୍ୱିଂଟାଲ୍ ଚାଉଳ ଯୋଗାଣ ହେଉଛି । ପ୍ରତ୍ୟକ ମାସରେ ପ୍ରତ୍ୟକ ରିଟେଲରଙ୍କ ଠାରୁ କ୍ୱିଂଟାଲ୍ ପିଛା ୧୨ ଟଙ୍କା କିରୋସିନି ଲିଟର ପିଛା ୧.୫୦ ଟଙ୍କା ଦରରେ ନିଜେ ଯୋଗାଣ ଅଧିକାରୀ ୬ଜଣ ରିଟେଲରଙ୍କ ବିକ୍ରେତା ମାଧ୍ୟମରେ ଆଦାୟ କରୁଛନ୍ତି ଓ ପ୍ରତ୍ୟକ ବର୍ଷ ଖାତା ନବୀକରଣ ସମୟରେ କାର୍ଡ ପିଛା ୧୬ଟଙ୍କା ଓ ଷ୍ଟକ୍ ଖାତା ପାଇଁ ୫୦୦ଟଙ୍କା, ସେଲ୍ ରେଜିଷ୍ଟର ପାଇଁ ପ୍ରତ୍ୟେକ ମାସରେ ୧୦ ପୃଷ୍ଠା ଥାଉକି ୧୫ ପୃଷ୍ଠା ଥାଉ ସେଥିପାଇଁ ୩୦୦ ଟଙ୍କା ନେଉଛନ୍ତି ଓ ଯେଉଁ ବ୍ୟକ୍ତିର ରାସନ କାର୍ଡରେ ନାମ ଯୋଗ ହେଉଛି ସେମାନଙ୍କ ଠାରୁ ମଧ୍ୟ ୫୦୦ ଟଙ୍କା ନେଉଛନ୍ତି । ଏହିପରି ଭାବରେ ସେ ୩ ବର୍ଷ ହେଲା ଶୋଷଣ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି । ଜନସାଧାରଣ ବ୍ଲକ୍ ଅିସ୍‌କୁ ଯାଇ ନିଜ କାର୍ଡରେ ନିଜର ପରିବାର ନାମ ଯୋଗ କରିବାକୁ କହିଲେ ସିଧା ମନା କରିଦେଉଛନ୍ତି । ବର୍ତମାନ ସାଇଟ୍ ଖୋଲୁନାହିଁ । ଯଦି ୫୦୦ ଟଙ୍କା ଦିଆଗଲେ ସଙ୍ଗେ ସଙ୍ଗେ ସାଇଟ୍ ଖୋଲୁଛି । ଏହିପରି ଅନ୍ୟାୟ ୩ ବର୍ଷ ହେଲା ହୋଇଆସୁଛି । ଯିଏ ପ୍ରତିବାଦ କରୁଛି ତା’ର ସେଂଟର କାଟିଦେବାର ଧମକ ଦେଇ ମୋଟା ଅଙ୍କର ଜୋରିମାନା ଆଣୁଛନ୍ତି । ନୂଆ ରିଟେଲର ସେଂଟର କଲେ ରିମାଣ ଅନୁଯାୟୀ ୩୦ ରୁ ୪୦ ହଜାର ଟଙ୍କା ଆଣୁଛନ୍ତି । ଏପରିକି ସେଂଟର ଟ୍ୟାଗିଙ୍ଗ କଲେ ୧୦ ହଜାର ଟଙ୍କା ନେଉଛନ୍ତି । ପ୍ରତ୍ୟେକ ମାସରେ ଡିଲରମାନଙ୍କୁ ଡରାଇ ୩୦ ରୁ ୩୨ କ୍ୱିଂଟାଲ୍ ଜବରଦସ୍ତ ରଖୁଛନ୍ତି ବିନା ଇସାରେ । ଏଣୁ ବ୍ଲକ୍‌ର ରିଟେଲର୍‌ମାନେ ତଥା ମହିଳା ସ୍ୱଂୟ ସହାୟକ ଗୋଷ୍ଠୀମାନଙ୍କ ଦଃଖକୁ ହୃଦୟଙ୍ଗମ କରି ଏ.ଏସ୍‌.ସି.ଓ.ଙ୍କୁ ବଦଳି କରାଯାଇ ତୁରନ୍ତ ନୂତନ ଏ.ଏସ୍‌.ସି.ଓ. ଏବଂ ନୂତନ ଏମ୍‌.ଆଇ.ଙ୍କୁ ଅଣାଗଲେ ରାସନ କାର୍ଡରେ ନାମ ଯୋଗକରି ଯାଉଥିବା ବ୍ୟକ୍ତିମାନେ ଉପକୃତ ହେବେ ବୋଲି କହିଥିଲେ । ଏହି ଦରଖାସ୍ତବେଳେ ପ୍ରଭାସିନୀ ସାମଲ, ମାଟିଆ ମାଝୀ, କୁମ ବେହେରା, ରେଣୁବାଳା ବିଶ୍ୱାଳ, ପ୍ରମିଳା ସାହୁ, ଝୁଲଣା ଦେହୁରୀ, ଜେମା ବେହେରା, ନିରୁପମା ପ୍ରଧାନ, ବନି ସାମଲ, ଦୁଲଣା ବେହେରା, ପ୍ରଭାତୀ ବେହେରାଙ୍କ ସମେତ ବହୁ ରିଟେଲର୍‌ମାନେ
ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

seven + seventeen =