ଢେଙ୍କାନାଳ ଜିଲ୍ଲା ବୁଦ୍ଧିଜୀବୀ ସଂଗଠନ ତରଫରୁ ଇସ୍ରୋ ବୈଜ୍ଞାନିକ ମାନଙ୍କୁ ଅଭିନନ୍ଦନ : ଚନ୍ଦ୍ରାୟନ-୩ ଛାତ୍ର ମାନଙ୍କୁ ଗବେଷଣା ନିମନ୍ତେ ପ୍ରେରଣା ଯୋଗାଇବ !

ଢେଙ୍କାନାଳ : ଚନ୍ଦ୍ରାୟନ -୩ ର ଚନ୍ଦ୍ରମା ପୃଷ୍ଠରେ ସଫଳ ଅବତରଣକୁ ନେଇ ଢେଙ୍କାନାଳ ଜିଲ୍ଲା ବୁଦ୍ଧିଜୀବୀ ସଂଗଠନ ତରଫରୁ ଆୟୋଜିତ ଆଲୋଚନା ସଭାରେ ଆନନ୍ଦ ପ୍ରକାଶ କରାଯିବା ସହିତ ଏହି ଅଭୂତପୂର୍ବ ସଫଳତା ନିମନ୍ତେ ଇସ୍ରୋ ର ବୈଜ୍ଞାନିକ ମାନଙ୍କୁ ଅଭିନନ୍ଦନ ଦିଆଯାଇଅଛି । ଭବିଷ୍ୟତରେ ଭାରତରୁ ମହାକାଶଚାରୀ ଚନ୍ଦ୍ର ପୃଷ୍ଠରେ ଦିନେ ନିଶ୍ଚିତ ପଦାର୍ପଣ କରିବେ ବୋଲି ଆଶାକରାଯାଇଛି । ସ୍କୁଲ ଏବଂ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଏହି ସଫଳତାରୁ ପ୍ରେରଣା ଲାଭକରି ବିଜ୍ଞାନ ଏବଂ ଗବେଷଣା
କାର୍ଯ୍ୟରେ ମନୋନିବେଶ କରବା ନିମନ୍ତେ ଶିକ୍ଷକ ଏବଂ ଅଧ୍ୟାପକ ସେମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଅନୁରୋଧ କରାଯାଇଛି ।ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିବା ସହିତ ଏଥିରୁ ଅନେକ ସୁଫଳ ଲାଭହୋଇପାରୁଛି ଯଥା ଟେଲି ଯୋଗାଯୋଗ, ପାଣିପାଗ ସମ୍ବନ୍ଧୀୟ ତଥ୍ୟ, ବାଦଲଫଟା ବର୍ଷା, ଘୁର୍ଣ୍ଣିବାତ୍ୟା ଆଦି ଦୁର୍ବିପାକ ସମ୍ବନ୍ଧରେ ଆଗରୁ ସୂଚନା ଆଦି । ସେହିପରି ଦେଶର ସୀମାରେ ଶତୃର ଗତିବିଧି ସମ୍ପର୍କରେ ଉପଗ୍ରହ ଚିତ୍ର ଆଧାରରେ ତଥ୍ୟ ମିଳି ପାରୁଛି ।ଡ୍ରୋନ୍ ଏବଂ ମହାକାଶରେ ସ୍ଥାପିତ କୃତ୍ରିମ ଉପଗ୍ରହ ମାଧ୍ୟମରେ ଅନେକ କାର୍ଯ୍ୟ କରାଯାଇ ପାରୁଛି । ଏବେ ଭାରତ ସରକାରଙ୍କରପଂଚାୟତି ରାଜ ମନ୍ତ୍ରଣାଳୟ ଏହି ଡ୍ରୋନ ମ୍ୟାପିଂ ଆଧାରରେ ଜମବାଡିର ସଠିକ ତଥ୍ୟ ପ୍ରଦାନ କରିବା ନିମନ୍ତେ “ସ୍ୱାମୀତ୍ୱ ଯୋଜନା”୯ଟି ରାଜ୍ୟରେ ଆରମ୍ଭ କରି “ସମ୍ପତି କାର୍ଡ’ ପ୍ରଦାନ କରୁଛନ୍ତି । ଆୟୋଜିତ ସଭାରେ ସଂଗଠନ ସଭାପତି ଡାକ୍ତର ତୁଷାର କାନ୍ତି
ନାୟକ, ରୁଦ୍ର ପ୍ରକାଶ ଶରଣ, ସରୋଜ ସତପଥି , ପ୍ରଫୁଲ୍ଲ ମହାନ୍ତି, ଗୀତା ସାମଲ, ପୁଷ୍ପାଞ୍ଜଳି ପାଢ଼ୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ

Leave A Reply

Your email address will not be published.

six + 16 =