ଢ଼େଙ୍କାନାଳ : ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ଖଲିବୋରେଇ ଗ୍ରାମର ଶୈଳ ଗଡ଼ନାୟକ (୪୦) ନବକିଶୋର ପୁର ଗ୍ରାମର ଶ୍ରୀଧର ବେହେରା ଙ୍କ ଘର କାମ କରୁଥିବା ବେଳେ ଛାତ ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ହିନ୍ଦୋଳ ମେଡିକାଲ୍ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଢେଙ୍କାନାଳ ଏବଂ ଅତ୍ୟଧିକ ଗୁରୁତର ହେବାରୁ କଟକ କୁ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ବିଦ୍ୟୁତ୍ ବିଭାଗ ର ଖାମଖିଆଲି ଯୋଗୁଁ ଅକାଳରେ ଏକ ନିରୀହ ଜୀବନ ଚାଲିଗଲା। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ କରିବା ସହ ଘଟଣାର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଯାଇ ଯେଉଁ ବିଦ୍ୟୁତ୍ କର୍ମଚାରୀ ଙ୍କ ଖାମଖିଆଲି କାର୍ଯ୍ୟ ଯୋଗୁଁ ଏପରି ଏକ ଅଭାବନୀୟ ଘଟଣା ଘଟିଲା ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।