” ମୁକ୍ତା “ଯୋଜନା ରେ ୪୪ ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୩ କୋଟି ୪୪ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ବଣ୍ଟନ !

ଢ଼େଙ୍କାନାଳ: ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର “ମୁକ୍ତା”ଯୋଜନା ରେ ୪୬ ଟି ପ୍ରକଳ୍ପ ପାଇଁ ୪୪ ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୩ କୋଟି ୪୪ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ଓ ସେମାନଙ୍କ ଆର୍ଥିକ ବିକାଶ କରିବା ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ” ମୁକ୍ତା ” ଯୋଜନା ଆରମ୍ଭ କରିଛନ୍ତି। ଏହାଦ୍ବାରା ମହିଳା ମାନଙ୍କର ବାସ୍ତବରେ ଆର୍ଥିକ ବିକାଶ ହେଉଥିବାରୁ ସାରା ରାଜ୍ୟରେ ମହିଳା ମାନେ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରୁଛନ୍ତି ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମ ରେ ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ ଙ୍କ ସମେତ ମୁକ୍ତା ଯୋଜନା ପର୍ଯ୍ୟବେକ୍ଷକ ଅଶୋକ କୁମାର ସାହୁ,କନିଷ୍ଠ ଯନ୍ତ୍ରୀ ଶକ୍ତି ପ୍ରସାଦ ସାହୁ, କାଉନସିଲର ନରେନ୍ଦ୍ର କୁମାର ସାହୁ,ପପୁ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟାଦେଶ ବଣ୍ଟନ ରେ ସହଯୋଗ କରିଥିଲେ।

Leave A Reply

Your email address will not be published.

eleven + fourteen =