ଢେଙ୍କାନାଳ: ରାଜ୍ୟ ବିଜେପିର ନିର୍ଦ୍ଦେଶ କ୍ରମେ ଆଜି ଢେଙ୍କାନାଳ ବିଜେପି ପକ୍ଷରୁ “ଭୋଟର ସଚେତନତା ଅଭିଯାନ “
ନିମନ୍ତେ ଜିଲ୍ଲା କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
ହୋଇଯାଇଛି । ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ହେବାକୁ ଥିବା ଭୋଟର ତାଲିକା ସଂଶୋଧନ ଓ ନୂତନ ଭୋଟରଙ୍କ ନାମକୁ
ଯୋଗ ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନ କରିବା ଏବଂ ଯେଉଁମାନେ ସଦ୍ୟ ୧୮ ବର୍ଷ ପ୍ରାପ୍ତ ହୋଇଛନ୍ତି ସେହି ଯୁବଗୋଷ୍ଠୀଙ୍କୁ
ଏହି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଏହି ସଚେତନ ଅଭିଯାନ ଉଦ୍ଦେଶ୍ୟ । ଦଳ ତରଫରୁ ଏଥିପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ
କରାଯାଇଅଛି । ପ୍ରତ୍ୟକ ବୁଥ୍ରେ ଅତି କମ୍ରେ ୫୦ଜଣ ଯୁବ ଭୋଟରଙ୍କୁ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟ ରଖି ଦଳ ତରଫରୁ ଜଣେ ଜଣେବୁଥ୍ ସ୍ତରୀୟ ଏଜେଂଟ୍ଙ୍କୁ ନିଯୁକ୍ତି କରାଯାଇଛି । ପ୍ରତ୍ୟକ ନିର୍ବାଚନ ମଣ୍ଡଳୀରେ ୧୦ ହଜାରରୁ ଉର୍ଦ୍ଧ୍ୱ ଯୁବ ଭୋଟରଙ୍କୁ ଅନ୍ତର୍ଭୁକ୍ତ
କରାଯିବାର ଯୋଜନା ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ସଚେତନତା ଅଭିଯାନକୁ ସଫଳ କରିବା ପାଇଁ ଜିଲ୍ଲାରେ ଏକ ପାଂଚ ଜଣିଆ କମିଟି ଗଠନ କରାଯାଇଛି । ଏହି କମିଟିରେ ଜିଲ୍ଲା ସାଧାରଣ ସଂପାଦକ ରାସ ବିହାରୀବେହେରା ସଂଯୋଜକ, ଜିଲ୍ଲା ସାଧାରଣ ସମ୍ପାଦକ ସୁନିଲ୍ ଶର୍ମା ସହ-ସଂଯୋଜକ, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ଜିଲ୍ଲା ।ମିଡିଆ ସେଲ୍ ପ୍ରଭାରୀ ନବ କିଶୋର ଗୁରୁ ଓ ପୂର୍ବତନ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପଦ୍ମଭୂଷଣ ସାହୁ ସଦସ୍ୟ ଅଛନ୍ତି । ସେହିପରି
ଜିଲ୍ଲାର ଚାରୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ତିନିଜଣିଆ କମିଟି ଗଠନ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ
ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ସମସ୍ତ କମିଟିର ସଦସ୍ୟ ସମେତ ଲୋକସଭା ପ୍ରବାସ ସଂଯୋଜକ ପ୍ରେମାନନ୍ଦ ଜେନା ଉପସ୍ଥିତ ଥିଲେ ।