ଜିଲ୍ଲା ପ୍ରଶାସନ ସମସ୍ତ ଦାବି କୁ ଗ୍ରହଣ : ” ଢ଼େଙ୍କାନାଳ ସ୍ୱାଭିମାନ ସୁରକ୍ଷା ମଞ୍ଚ ତରଫରୁ “ଗଣ ଧାରଣା ଓ ଅନଶନ ” ସ୍ଥଗିତ !
ଢ଼େଙ୍କାନାଳ: ଆସନ୍ତା କାଲି ତା ୨୫.୦୮.୨୦୨୩ କପିଳାସ ରେ ହେଉଥିବା ବିଭିନ୍ନ ଅବ୍ୟବସ୍ଥା କୁ ନେଇ ଜିଲ୍ଲା ପ୍ରଶାସନ କୁ ଏକ ୧୧ ଦଫା ସମ୍ବଳିତ ଦାବି ପତ୍ର “ଢେ଼ଙ୍କାନାଳ ସ୍ୱାଭିମାନ ସୁରକ୍ଷା ମଂଚ ” ତରଫରୁ “ଗଣ ଧାରଣା ଓ ଅନଶନ “ଧର୍ମଘଟ ପାଇଁ ନୋଟିସ ଦିଆ ଯାଇଥିଲା । ଏହାକୁ ଆଖି ଆଗରେ ରଖି ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷ ତା ରେ ଏକ ବୈଠକ ବସିଥିଲା ।ଏହି ବୈଠକ ରେ ଏସ ପି ,ଢେ଼ଙ୍କାନାଳ, ଅତିରିକ୍ତ ଜିଲ୍ଲାପାଳ,ଢେ଼ଙ୍କାନାଳ , ଉପ ଜିଲ୍ଲାପାଳ, ଢେ଼ଙ୍କାନାଳ , ଗନ୍ଦିଆ ଥାନାର ଭାରପ୍ର।ପ୍ତ ଅଧିକାରୀ ଙ୍କ ଉପସ୍ଥିତିରେ କପିଳାସ ରେ ଶ୍ରଦ୍ଧାଳୁ ଙ୍କ ଉପରେ ଶୋଷଣ ହେଉଥିବା ସମ୍ବନ୍ଧ ରେ ବ୍ୟାପକ ଆଲୋଚନା ପରେ ସମସ୍ତ ଦାବି ଗୁଡ଼ିକୁ ଗ୍ରହଣ କରାଯାଇଥିଲା । ଶ୍ରଦ୍ଧାଳୁ ମାନଙ୍କ ଠାରୁ ବେନିୟମ ଭାବେ ଟଙ୍କା ଆଦାୟ ହେବା ଅଭିଯୋଗ ମିଳିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ ପି ଗନ୍ଦିଆ ଥାନା ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । କପିଳାସ ରେ ବ୍ୟବସ୍ଥିତ ଢଙ୍ଗ ରେ ପରିଚାଳନା ପାଇଁ ଏକ କମିଟି ଗଠନ ହେଲା । ଏହି କମିଟି ରେ ପୂର୍ବତନ ବିଧାୟକ ନବୀନ ନନ୍ଦ ଙ୍କୁ ସାମିଲ କରାଗଲା ।କମିଟି ଦ୍ବାରା କପିଳାସ ଗସ୍ତ କରି ସ୍ଥାୟୀ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ କୁ ପ୍ରସ୍ତାବ ଦିଆଯିବ । ଏଣୁ ଜିଲ୍ଲା ପ୍ରଶାସନ ସମସ୍ତ ଦାବି କୁ ଗ୍ରହଣ କରିଥିବାରୁ ଆସନ୍ତା କାଲି ହେବାକୁ ଥିବା ” ଗଣ ଧାରଣା ଓ ଅନଶନ” କାର୍ଯ୍ୟକ୍ରମ କୁ ବର୍ତ୍ତମାନ ପାଇଁ ସ୍ଥଗିତ କରାଗଲା ।