ଢ଼େଙ୍କାନାଳ : ଆର୍କଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଓ ନ୍ୟାସନାଲ ମୋନୁମେଣ୍ଟ କନଜରଭେସନ ର ଅଧକ୍ଷ କେ କେ ବାସା ରବିବାର ଜିଲାର ପ୍ରସିଦ୍ଧ କପିଳାସ ଶୈବ ପୀଠ ପରିଦର୍ଶନ କରିଥିଲେ । ମନ୍ଦିର ର ରକ୍ଷଣବେ କ୍ଷଣା ଓ ଉନ୍ନତି କରଣ କୁ ନେଇ ସେ ମନ୍ଦିର ନିକଟରେ ଥିବା ପୁର୍ତ୍ତ ବିଭାଗ ଡାକ ବଙ୍ଗଳା ରେ ନକ଼ସା ଦେଖି ଆଲୋଚନା କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ସରୋଜ କୁମାର ସେଠି ମନ୍ଦିର ଜଗମୋହନ ଓ ମା ପାର୍ବତୀ ଙ୍କ ମନ୍ଦିରରେ ପାଣି ଗଳିବା ଏବଂ ମନ୍ଦିର ର ସୁରକ୍ଷା ସଂପର୍କରେ ଅବଗତ କରାଇଥିଲେ । ଆର୍କୋଲୋଜି କାଲ ସର୍ଭେ ଅଫ୍ ଇଣ୍ଡିଆ ର ଅଧିକାରୀ ଓ ନ୍ୟାସନାଲମେଣ୍ଟ ବିଭାଗ ର ଅଧିକାରୀ ଓ ବୈଜ୍ଞାନିକ ମାନେ ମିଳିତ ଭାବରେ ଏହାକୁ ଯାଞ୍ଚ କରି ଏହାର ଉନ୍ନତି କରଣ କାର୍ଯ୍ୟ କରାଯିବ । ବାକି ଥିବା ପାହାଚ ଗୁଡ଼ିକର ଉନ୍ନତିକରଣ କାର୍ଯ୍ୟ ହେବ । ଶ୍ରଦ୍ଧାଳୁ ଙ୍କ ସୁବିଧା ପାଇଁ ପାନୀୟ ଜଳ ଯୋଗାଣ, ଆଲୋକ ବ୍ୟବସ୍ଥା ଓ ଟଏଲେଟ ଆଲୋଚନା ମାଧ୍ୟମ ରେ କରାଯିବା । ଆମର ସମସ୍ତ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସହଯୋଗ ରେ କପିଳାସ କୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ କରାଯିବ । ଏହାପରେ ଏ ଏସଆଇ ଡିଜି ମହାପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ଓ ମା ପାର୍ବତୀ ଙ୍କୁ ସସ୍ତୀକ ଦର୍ଶନ କରିବା ପରେ ପାହାଚ ରାସ୍ତା ବୁଲି ଦେଖିଥିଲେ । ଦେଓଁ ଗାଁ ସରପଞ୍ଚ ବିଜୟ ଦେହୁରୀ ମନ୍ଦିର ଗୋଟିଏ ପାଖକୁ ଦବୁଥିବାରୁ ସୁରକ୍ଷା ପାଚେରୀ ନିର୍ମାଣ ଜରୁରୀ ବୋଲି ସେ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅବସର ରେ ଏସପି ଜ୍ଞାନ ରଞନ ମହାପାତ୍ର ଙ୍କ ସମେତ ଏଏସଆଇ ଓ ନ୍ୟାସନାଲ ମନୁ ମେଣ୍ଟ ବିଭାଗର କେନ୍ଦ୍ର ଓ ରାଜ୍ୟ ଅଧିକାରୀ ମାନେ ଯୋଗଦେଇଥିଲେ । ଖୁବ ଶିଘ୍ର ଉନ୍ନତି ମୂଳକ କାର୍ଯ୍ୟ ସରିବ ବୋଲି ସୂଚନା ଦିଆଯାଇଥିଲା । ଜିଲ୍ଲା ଦେବୋତ୍ତର ବିଭାଗ କର୍ମଚାରୀ ମାନେ ଯୋଗ ଦେଇଥିଲେ ।