ଢେଙ୍କାନାଳ: ସନ୍ଧ୍ୟାରେ ଢେଙ୍କାନାଳସ୍ଥିତ ଗୋପବନ୍ଧୁ ଟାଉନ ହଲ ରେ ରାଜ୍ୟ ସ୍ତରୀୟ ମେଘ ଉତ୍ସବ-୨୦୨୩ ଉଦଘାଟିତ ହେଇଯାଇଛି । ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରାଜସ୍ବ ଓ ପ୍ରାକୃତିକ ବିପର୍ଯୟ ପ୍ରସମନ, ଜଙ୍ଗଲ ଓ ପରିବେଶ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶାର ଅତିରିକ୍ତ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ , ବରେଣ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧକ୍ଷ ସରୋଜ କୁମାର ସେଠୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶାର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାସ,ଓଡିଶା ସଂଗୀତ ନାଟକ ଏକାଡେମୀର ଉପସଭାପତି ଶ୍ରୀ ମନ୍ମଥ କୁମାର ଶତପଥୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିଗଣ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହାପରେ ଗୁରୁ ଗଜେନ୍ଦ୍ର ପଣ୍ଡା ଏବଂ ତାଙ୍କ ସାଥୀମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ପରେ ପରେ ହର ପାର୍ବତୀ ନାଟ୍ୟ ଅନୁଷ୍ଠାନ ଦ୍ୱାରା ଲୋକନାଟ୍ୟ ଏବଂ ଦଣ୍ଡନାଚ ପରିବେଷଣ କରାଯାଇଥିଲା । ଏବଂ ଶେଷରେ ଶଶାଙ୍କ ଶେଖର ଏବଂ ସାଥୀ ମାନଙ୍କ ଦ୍ୱାରା ସୁଗମ ସଂଗୀତ ପରିବେଷଣ କରାଯାଇଥିଲା । ଏହି ଉତ୍ସବଟି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ଅନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ଭୁବନେଶ୍ୱର ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ, ଢେଙ୍କାନାଳରମିଳିତସହଯୋଗରେ ଆୟୋଜିତ ହେଇଛି । ଏହି ଉତ୍ସବ ଟି ୧୯ ଏବଂ ୨୦ ଅଗଷ୍ଠ ଦୁଇଦିନ ଧରି ଗୋପବନ୍ଧୁ ଟାଉନ ହଲ ରେ ଚାଲିବ ।କାର୍ଯ୍ୟକ୍ରମରେ ରାଜ୍ୟ ତଥା ଜିଲ୍ଲାର ଅନେକ କଳାପ୍ରେମୀ ଯୋଗଦେଇ କଳାକାରଙ୍କ ଦ୍ୱାରା ପରିବେଷିତ ନୃତ୍ୟ ତଥା ସଂଗୀତକୁ ଉପଭୋଗ କରିଥିଲେ ।