ଛାତ୍ର/ ଛାତ୍ରୀ ମାନଙ୍କୁ ବିଦ୍ୟାଳୟକୁ ଆକୃଷ୍ଟ କରିବାପାଇଁ ସଚେତନତା ରଥ ଗଡିଲା !

ଢ଼େଙ୍କାନାଳ: କୋମଳମତି ଛାତ୍ର/ ଛାତ୍ରୀ ମାନଙ୍କୁ ବିଦ୍ୟାଳୟକୁ ଆକୃଷ୍ଟ କରିବାପାଇଁ ତଥା ଉତ୍ତମ ଗୁଣବତ୍ତା ଶିକ୍ଷା, ପ୍ରାରମ୍ଭିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ ପ୍ରତି ସଚେତନତା ବଢ଼ାଇବା ପାଇଁ ଆଜି ଶିକ୍ଷା ସଚେତନତା ରଥ ଓ ଏଫଏଲଏନ ରଥ ଜିଲ୍ଲାର ସମସ୍ତ ବ୍ଲକରେ ଉଦଘାଟିତ ହୋଇଯାଇଛି।

ସଦର ବ୍ଲକରେ ଏହି ରଥ ଦୁଇଟିକୁ ଜିଲ୍ଲାପାଳ ସରୋଜ କୁମାର ସେଠୀ ଏବଂ ବିଧାୟକ ସୁଧୀର କୁମାର ସାମଲ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ନିବେଦିତା ପାଣି, ଜିଲ୍ଲା ଶିକ୍ଷା ଅଧିକାରୀ, ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ରାଉତ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ସଦର ବ୍ଲକ ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।

ଶିକ୍ଷା ସଚେତନତା ରଥ ତା ୧୮.୪.୨୨ ରୁ ତା ୨୨.୪.୨୨ ପର୍ଯ୍ୟନ୍ତ ଓ ଏଫଏଲଏନ ରଥ ତା ତା ୧୮.୪.୨୨ ରୁ ୧୯.୪.୨୨ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବିଦ୍ୟାଳୟ ତଥା ସହର ଉପକଣ୍ଠସ୍ଥ ବସ୍ତି ଓ ଅପହଞ୍ଚ ଅଞ୍ଚଳରେ ଥିବା ଗ୍ରାମଗୁଡିକୁ ପହଞ୍ଚି ଶିକ୍ଷା ସଚେତନତା ବାର୍ତ୍ତାର ପ୍ରଚାର ଓ ପ୍ରସାର କରିବ ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଧାରୁ ପାଠ ଛାଡିଥିବା ବା ବିଦ୍ୟାଳୟକୁ ନିୟମିତ ଆସୁ ନ ଥିବା ଛାତ୍ର/ ଛାତ୍ରୀଙ୍କ ପିତା ମାତା ମାନଙ୍କ ସହିତ ଆଲୋଚନା ଓ ପରାମର୍ଶ କରି ସେମାନଙ୍କୁ ନିୟମିତ ବିଦ୍ୟାଳୟ ଆସିବାପାଇଁ ପ୍ରୋତ୍ସାହିତ କରାଯିବ। ଏ ସଂକ୍ରାନ୍ତରେ ଜିଲ୍ଲାପାଳ ସମସ୍ତ ପିତା/ ମାତା ମାନଙ୍କୁ ଏକ ଅନୁରୋଧ ପତ୍ର ପ୍ରେରଣ କରିଛନ୍ତି।

Leave A Reply

Your email address will not be published.

thirteen + 6 =