ଢ଼େଙ୍କାନାଳ ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୨୫ତମ ଶ୍ରାଦ୍ଧ ଦିବସ ପାଳିତ !

ଢ଼େଙ୍କାନାଳ : ଜିଲ୍ଲା ବିଜେଡି ପକ୍ଷରୁ ବିଜୁବାବୁଙ୍କ ୨୫ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ବିଜୁବାବୁଙ୍କ ପୁଣ୍ୟତିଥି ଉପଲକ୍ଷେ ସକାଳେ ତିଳତର୍ପଣ, ପ୍ରଭାତଫେରି ସହ ରଥଗଡ଼ାସ୍ଥିତ ତାଙ୍କ ପ୍ରତିମୂର୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥଲା।

ଅପରାହ୍ନ ରେ ବାଜିଚୌକ ଠାରୁ ଦଳୀୟ ନେତୃବୃନ୍ଦ ଏକ ବିଶାଳ ଶୋଭାଯାତ୍ରା ରେ ସହର ପରିକ୍ରମା କରି ମିନି ଷ୍ଟାଡୟମି ଠାରେ ପହଞ୍ଚିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ
ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ ବିଜୁବାବୁଙ୍କ ତିରୋଧାନ ଦିବସ ଉପଲକ୍ଷେ ଆୟୋଜିତ ସ୍ମୃତିସଭାରେ ବିଜୁବାବୁଙ୍କ ସୁଯୋଗ୍ୟ ଦାୟାଦ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ସ୍ୱପ୍ନପୂରଣ କରିବା ଲାଗିଅହରହ ଉଦ୍ୟମ କରୁଛନ୍ତି। ଏହାକୁ ପୂର୍ଣ୍ଣ କରିବା ଲାଗି ସମସ୍ତଙ୍କୁ ସଂକଳ୍ପବଦ୍ଧ ହେବାକୁ ପଡ଼ିବ ବୋଲି ଆହ୍ୱାନ ଦେଇଥିଲେ ।

ମୂଖ୍ୟବକ୍ତା ଭାବେ ବିଧାୟକ ସୁଧୀର ସାମଲ କହିଥିଲେ , ବିଜୁବାବୁଙ୍କ ସ୍ୱପ୍ନର ଓଡ଼ିଶା ଗଢ଼ିତୋଳିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ପ୍ରଶଂସନୀୟ। ନିଷ୍ଠା ଓ ସେବା ମନୋଭାବ ନେଇ କାର୍ଯ୍ୟ କରିବାକୁ ସେ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି।

ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ସଭାନେତ୍ରୀ ଅର୍ଚ୍ଚନା ପୁହାଣ, ଉପାଧ୍ୟକ୍ଷା ବିଳାସିନୀ ସେଠୀ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସାଗରିକା ମିଶ୍ର, କାର୍ଯ୍ୟକାରୀ ସଭାନେତ୍ରୀ ରୁବି ବିଶ୍ୱାଳ, ପଞ୍ଚାୟତ ସମିତି ଅଧ୍ୟକ୍ଷା ରାଜଶ୍ରୀ ନାୟକ, ଗଁଦଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ , ଢେଙ୍କାନାଳ ପୌର ଉପାଧ୍ୟକ୍ଷ ପ୍ରକାଶ କୁଅଁର, ପୂର୍ବତନ ନଗରପାଳ ସୁଧାଂଶୁ ଦଳେଇ, ଜିଲ୍ଲା କୃଷକ ମୋର୍ଚା ସଭାପତି ନରୋତ୍ତମ ସାହୁ , ଛାତ୍ର ବିଜେଡି ସଭାପତି ସୁରଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ବରିଷ୍ଠ ନେତା ଲକ୍ଷ୍ମୀଧର ସାହୁ ସମସ୍ତଙ୍କୁ ସଂକଳ୍ପ କରାଇଥଲେ। ଏହିଅବସରରେ ୧୦୦୮ ଦୀପ ପ୍ରଜ୍ୱଳନ କରାଯାଇ ବିଜୁ ପଟ୍ଟନାୟକ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

Leave A Reply

Your email address will not be published.

sixteen + 2 =