ସାଧାରଣ ଜନତା ଙ୍କ ଉପସ୍ଥିତିରେ ଭୁବନ ଏନ.ଏ.ସି.କାଉନସିଲ ବୈଠକ ଅନୁଷ୍ଠିତ !

୬ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟରେ ସହର ସାରା ଫେବର ରାସ୍ତା ନିର୍ମାଣ ହେବ…

ରଗଡ଼ି ଭେଣ୍ଡିଂ ଜୋନ ୧୬ ଟି ଷ୍ଟଲ ପାଇଁ ସିକ୍ୟୁରିଟି ୨୫ ହଜାର ,ମାସିକ ଭଡ଼ା ୬୦୦….

ବଳକା ୧୦ ଟି ଷ୍ଟଲ ପାଇଁ ଲଟେରୀ ହେବ…..

ଢ଼େଙ୍କାନାଳ : ପ୍ରଥମ ଥର ପାଇଁ ସାଧାରଣ ଜନତା ଙ୍କ ଉପସ୍ଥିତିରେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ର କାଉନସିଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏନ୍ ଏ ସି ସଦଭାବନା ଗୃହରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତା କରି ଉପସ୍ଥିତ ସମସ୍ତ ଜନସାଧାରଣ ଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ ପୂର୍ବ ବୈଠକ ର ବିବରଣୀ ପାଠ କରି ଏହାକୁ ଦୃଢ଼ୀକରଣ କରିଥିଲେ । କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ନାଥ ସାହୁ ଓ ଶକ୍ତି ପ୍ରସାଦ ସାହୁ ସହର ର ବିଭିନ୍ନ ରାସ୍ତା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ସମସ୍ତ ରାସ୍ତା କୁ ଫେବର୍ ରାସ୍ତା କରାଯିବ ଓ ଏଥିପାଇଁ ୬ କୋଟି ୬୨ ଲକ୍ଷ ଅଟକଳ ହୋଇଥିବା ସଂପର୍କ ରେ ସୂଚନା ଦେଇଥିଲେ ।ନଗରପାଳ ଶୁଭେନ୍ଦୁ କୁମାର ସାହୁ କାଉନସିଲର ମାନଙ୍କ ମତାମତ ଲୋଡ଼ିବାରୁ ୯ ନମ୍ୱର ୱାର୍ଡ କାଉନସିଲର ପପୁ କୁମାର ସାହୁ ,୬ ନମ୍ୱର ୱାର୍ଡ କାଉନସିଲର ସୁଶାନ୍ତ ନାୟକ ଓ ୧୩ ନମ୍ୱର ୱାର୍ଡ କାଉନସିଲର ମନ ମୋହନ ସାହୁ ଅଭିଯୋଗ କରି କହିଥିଲେ ଯେ , ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ନାମରେ ଠିକାଦାର କରୁଥିବା କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ହେଉଛି ଓ କାର୍ଯ୍ୟ ସଂପର୍କରେ ସ୍ଥାନୀୟ କାଉନସିଲର ଙ୍କୁ କୌଣସି ସୂଚନା ଦିଆଯାଉ ନାହିଁ କି କୌଣସି ପରାମର୍ଶ ଗ୍ରହଣ କରାଯାଉନାହିଁ । ଭବିଷ୍ୟତରେ ଆଉ ଏଭଳି ହେବନାହିଁ, ଯେଉଁ ୱାର୍ଡ ରେ ଯେଉଁ କାମ ହେବ ସ୍ଥାନୀୟ କାଉନସିଲର ଙ୍କୁ ସେଥିରେ ସାମିଲ କରାଯିବ ଓ ତାଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ ହେବ ବୋଲି ନଗର ପାଳ ଶୁଭେନ୍ଦୁ ସାହୁ ସାନ୍ତ୍ଵନା ଦେଇଥିଲେ । ରଗଡ଼ି ଛକ ଠାରେ ନିର୍ମିତ ୨୬ ଟି ଷ୍ଟଲ ମଧ୍ୟରୁ ୧୬ ଜଣ ପୂର୍ବରୁ ସେଠାରେ କେବିନ୍ ପକାଇ ବ୍ୟବସାୟ କରୁଥିଲେ ।ତେଣୁ ଅଗ୍ରାଧିକାର ଭିତ୍ତି ରେ ସେହି ୧୬ ଜଣଙ୍କୁ ୧୬ ଟି ଷ୍ଟଲ ଦିଆଯିବ । ସେମାନେ ୨୫ ହଜାର ଟଙ୍କା ସିକ୍ୟୁରିଟି ଓ ମାସିକ ୬୦୦ ଟଙ୍କା ଭଡ଼ା ଦେବାକୁ ନିଷ୍ପତି ନିଆଯାଇଥିଲା । ବଳକା ୧୦ ଟି ଷ୍ଟଲ ପାଇଁ ଲଟେରୀ ମାଧ୍ୟମରେ ଚୟନ କରାଯିବ ବୋଲି ସୂଚନା ଦିଆଯାଇଥିଲା । ଏହି ବୈଠକ ରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ କୁମର ମଲ୍ଲିକ ଙ୍କ ପ୍ରତିନିଧି ନରେନ୍ଦ୍ର କୁମାର ସାହୁ ଙ୍କ ସମେତ ମେଡିକାଲ ଅଫିସର ଡ଼ା ରମେଶ କୁମାର ସାହୁ,ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ବିଶ୍ବାଳ,ସମସ୍ତ କାଉନସିଲର ,ବଣିକ ସଂଘ କର୍ମକର୍ତ୍ତା,ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟିତ୍ରୀ,ମହାବିଦ୍ୟାଳୟ ଅଧ୍ୟାପକ,ଅଧ୍ୟାପିକା ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.

2 × three =