ଢେଙ୍କାନାଳ : ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଗୁଣ୍ଡିଚାପଡ଼ା ଅହମଦିୟା ମୁସଲିମ ସମୁଦାୟ ପକ୍ଷରୁ ଶନିବାର ଏକ ସାମୁହିକ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଅହମଦିୟା ମୁସଲିମ ମସଜିଦ ତୌହିଦ ପ୍ରାଙ୍ଗଣରେ ଉତ୍ସାହ ଓ ସଦଭାବର ପରିବେଶରେ ଅନୁଷ୍ଠିତ ହୋଇଥିଲା।ଏହି ସାମୁହିକ ମିଳନର ଉଦ୍ଦେଶ୍ୟ ଥିଲା ସମୁଦାୟର ସଦସ୍ୟମାନଙ୍କ ମଧ୍ୟରେ ଏକତା, ଭାଇଚାରା ଓ ପରସ୍ପର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା। କାର୍ଯ୍ୟକ୍ରମରେ ଅହମଦିୟା ମୁସଲିମ ସମୁଦାୟର ସଭାପତି ସୁଲାଇମାନ୍ ଅଲି ଖାନ କୋଷାଧ୍ୟକ୍ଷ ଅୟୁବ ଖାଁ, ସଲିମ ଉଦ୍ଦିନ ଖାଁ, ମୌଲବୀ ମୁଜାଫର ଖାଁ, ମୌଲବୀ ଜଲାଲ ଉଦ୍ଦିନ ଖାଁ, ଯୁବ ସଂଗଠନର ଅଧ୍ୟକ୍ଷ ସୋଲେମାନ ଖାଁ, ମହମୁଦ ଖାଁ, ଇଦ୍ରିସ ଖାଁ, ରହିମତୁଲ୍ଲାହ୍ ଖାଁ, ହମିଦ୍ ଖାଁ ତଥା ଭାରତୀୟ ସେନାର ଜବାନ ତୋରାବ ଖାଁ, ଅବସରପ୍ରାପ୍ତ ବରିଷ୍ଠ ପୋଲିସ ନିରିକ୍ଷକ ଫର୍ଜୁଲ୍ଲା ଖାଁ ତଥା ସ୍ତମ୍ଭକାର ଅନସାର ଅଲୀ ସହ ବହୁ ସଂଖ୍ୟକ ମହିଳା ଓ ପୁରୁଷ ଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମ ଅବସରରେ ସାମୁହିକ ଆଲୋଚନା ଓ ଦୁଆ ପରେ ସମସ୍ତ ଉପସ୍ଥିତଙ୍କ ପାଇଁ ସାମୁହିକ ଭୋଜିର ଆୟୋଜନ ମଧ୍ୟ କରାଯାଇଥିଲା। ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସମାଜରେ ଭାଇଚାରା ଓ ସହଯୋଗର ଭାବକୁ ପ୍ରୋତ୍ସାହନ ମିଳେ ବୋଲି ଆୟୋଜକମାନେ କହିଛନ୍ତି।