ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୫୩ନମ୍ବର ଜାତୀୟ ରାଜପଥ ଗୋଡ଼ା ଛକ ନିକଟରେପାଉଁଶ ବୋଝେଇ ୧୨ ଚକିଆ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇ ଡ୍ରାଇଭର ଗୁରୁତର ହୋଇଛନ୍ତି I
ଏନଟିପିସି ଅନୁଗୁଳରୁ ପାଉଁଶ ନେଇ ଚଣ୍ଡୀଖୋଲ ଅଭିମୂଖେ ଯାଉଥିବା ଟ୍ରକ ଆଜି ସକାଳ ସମୟରେ ଭାରସାମ୍ୟ ହରାଇ ଜାତୀୟ ରାଜପଥ ଗୋଡ଼ା ଛକ ନିକଟରେ ରାସ୍ତାତଳକୁ ଓଲଟିପଡିଥିଲା। ଡ୍ରାଇଭର ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଭୁବନ ଗୋଷ୍ଠିସ୍ବାସ୍ଥକେନ୍ଦ୍ରରେ ଭର୍ତ୍ତୀ କରାଯାଇଛି I