ଅଗଷ୍ଟ କ୍ରାନ୍ତି ଏବଂ ବିଶ୍ବ ଆଦିବାସୀ ଦିବସ ପାଳନ !

ଢ଼େଙ୍କାନାଳ: ଇଂଲିଶ  କ୍ଲବ ଏବଂ ନଗର ଶାଖା ମିଳିତ ଭାବରେ ଢେଙ୍କାନାଳ ବାଜିଚୌକ ସ୍ଥିତ ବାପୁଜୀ ଉ. ପ୍ରା ବିଦ୍ୟାଳୟ ପ୍ରାଙ୍ଗଣ ରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କ୍ଲବ୍ ର ସଭାପତି ଶୁଭ୍ରାଂଶୁ ଭଞ୍ଜଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏସଡିପିଓ ଶ୍ରୀଯୁକ୍ତ ବିଭୂତି ଭୂଷଣ ମହାପାତ୍ର କହିଲେ, ଅଗଷ୍ଟ ୯ କ୍ରାନ୍ତି ଦିବସ ଇଂରେଜ ମାନଙ୍କ ଭାରତ ଛାଡ଼ ଆନ୍ଦୋଳନ ପାଇଁ ହୋଇଥିଲା । ଏବେ ମଧ୍ୟ ସମାଜ ମଧ୍ୟରୁ ବିଭିନ୍ନ ନିଶା ଦୂରୀକରଣ କରିବା ପାଇଁ ଏକ କ୍ରାନ୍ତି ର ଆବଶ୍ୟକତା ପଡ଼ୁଅଛି। ବିଦ୍ୟାଳୟ ପ୍ରାଙ୍ଗଣ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହେବା ସଙ୍ଗେ ସଙ୍ଗେ ଜାତିର ପିତା ମହାତ୍ମା ଗାନ୍ଧୀ, ନେତାଜୀ ସୁବାଷ ଚନ୍ଦ୍ର ବୋଷ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ ଆଦିଙ୍କୁ ପୁଷ୍ପମାଲ୍ୟା ଅର୍ପଣ ପୂର୍ବକ କ୍ରାନ୍ତି ଦିବସ ପାଳନ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ରୂପେ ଶିକ୍ଷାବିତ୍ ଶ୍ରୀ ତାରା ପ୍ରସାଦ ଶତପଥୀ, ଢେଙ୍କାନାଳ ନାଗରିକ ସଚେତନ ଫୋରମ୍ ର ଉପଦେଷ୍ଟା ପୂର୍ବତନ ସିବିଆଇ ଜଜ  ଭିକାରୀ ଚରଣ ରାଉତ, କାର୍ଯ୍ୟକାରୀ ସଭାପତି ବିଶ୍ଵନାଥ ବେହେରା, ଉପସଭାପତି ଆଇନଜୀବୀ ଦୀପକ୍ ପ୍ରସାଦ ପଟ୍ଟନାୟକ, ସହସମ୍ପାଦକ ଅମରେନ୍ଦ୍ର ସାହୁ, କ୍ଲବ୍ର ସମ୍ପାଦକ  ଅବିନାଶ ସାହୁ, ନଗର ଶାଖାର ଆଇନ୍ ଜୀବି ଅମ୍ବିକା ପ୍ରସାଦ ମିଶ୍ର, ମନ୍ମଥ ରାଓ, ଦୟାନିଧି ବେହେରା, ଉଦୟନାଥ ବେହେରା, ଗୋକୁଳଚନ୍ଦ୍ର ମାଝୀ, ଚକ୍ରଧର ତରାଇ, ଦେବେନ୍ଦ୍ର ସିଂ, ଅନୁପମା ମିଶ୍ର ଆଦି ଅନେକ କାର୍ଯ୍ୟକର୍ତ୍ତା ତଥା ସ୍କୁଲର ସମସ୍ତ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ଫୋରମ୍ ର ସହ ସମ୍ପାଦକ ଆଇନ୍ ଜୀବୀ ଗୁପ୍ତେଶ୍ୱର ମିଶ୍ରଙ୍କ ସହାୟତା ରେ ସମ୍ପାଦକ ଭାରତ କୁମାର ଦାସ ପରିଚାଳନା କରିଥିଲେ।

Leave A Reply

Your email address will not be published.

nineteen − three =