ଶ୍ରେୟା ଅନୁଷ୍ଠାନ ପକ୍ଷରୁ ଛତା ଏବଂ ମଶାରୀ ବଣ୍ଟନ କାର୍ଯକ୍ରମ ଏବଂ ସଚେତନ ଶିବିର ଆୟୋଜିତ  !

ଢ଼େଙ୍କାନାଳ: ଶ୍ରେୟା ଅନୁଷ୍ଠାନ ପକ୍ଷରୁ ଢେଙ୍କାନାଳ ସଞ୍ଜୟ କଲୋନୀ ଏବଂ ବନମାଳି  ପ୍ରସାଦ କିନ୍ନର ବସ୍ତି ଶୀତଳ ସାହି ରେ ପ୍ରତ୍ୟେକ ପରିବାର ସଦସ୍ୟ ଙ୍କୁ ଛତା ଏବଂ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇ ଯାଇଅଛି। ଖରା ଏବଂ ବର୍ଷା ଦିନରେ ଛତା ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯାହାକି ଲୋକ ଙ୍କ ପାଇଁ ବହୁତ ଜରୁରୀ ତତ୍ ସଙ୍ଗେ ମେଲେରିଆ ,ଡେଙ୍ଗୁ ପରି ରୋଗ ବହୁଳ ପରିମାଣରେ ବ୍ୟାପୁଥିବା ବେଳେ ଲୋକ କିପରି ଭାବରେ ମଶାରୀ ବ୍ୟବହାର କରିବେ ତା ଉପରେ ଶ୍ରେୟା ଅନୁଷ୍ଠାନର ସମ୍ପାଦକ ଜ୍ୟୋତି ରଞ୍ଜନ୍ ମହାରଣା ଙ୍କ ଅଧ୍ୟକ୍ଷତା ରେ ଏକ ସଚେତନତା ଶିବିର  ସଂଜୟ କଲୋନୀ ଏବଂ ଶୀତଳ ବସ୍ତି ଠାରେ ଅନୁଷ୍ଠିତ କରାଯାଇଥିଲା।

ଶ୍ରେୟା ଚେସ୍ ଏକାଡେମୀ ର ନିର୍ଦ୍ଦେଶିକା ସାଗରିକା ମିଶ୍ର , ଶ୍ରେୟା ଅନୁଷ୍ଠାନ ର ସଭାପତି ପ୍ରିୟଙ୍କା ରାଉତ, ଉପସଭାପତି ବନ୍ଦନା ପଣ୍ଡା ,ସଭ୍ୟ ଶ୍ରୀ ଟୁବୁରି ତରାଇ ପ୍ରମୁଖ ଉକ୍ତ କାର୍ଯକ୍ରମ ରେ ଯୋଗ ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଲାବଣି  ଭୁକ୍ତା ଏବଂ ଅଯୋଧ୍ୟା ବେହେରା , କିନ୍ନର ବସ୍ତିରେ ଛବି ପ୍ରଧାନ ଓ ସୁବିଶ୍ରୀ ଉକ୍ତ କାର୍ଯକ୍ରମ ରେ ସହଯୋଗ କରିଥିଲେ । ଶ୍ରେୟା ଅନୁଷ୍ଠାନ ର ଏହିପରି କାର୍ଯକ୍ରମ କୁ ବସ୍ତିବାସୀ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.

nineteen − fifteen =