ଭୁବନ; ବଜରଙ୍ଗ ଯୁବକ ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ !

ଢେଙ୍କନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ (ବି) ପଞ୍ଚାୟତ କାଈଁଶିରୀ ଗ୍ରାମର ବଜରଙ୍ଗ ଯୁବକ ସଂଘ ପକ୍ଷରୁ ଉପ୍ରା ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଛି I ମୁଖ୍ୟଅତିଥି ଭାବେ ଯୁବ କଳିଙ୍ଗ ସଙ୍ଗଠନ ର ସଭାପତି ଦିବ୍ୟ ପ୍ରାସାଦ ଷଣ୍ଢ, ପୂର୍ବତନ ରାଜସ୍ୱ ସମୀକ୍ଷକ ଶ୍ରୀଯୁକ୍ତ ଅଶେଷ କୁମାର ଦାଶ, ପୂର୍ବତନ ଜିଲ୍ଲାପରିଷଦ ସଞ୍ଜୟ କୁମାର ଦାସ ପହଁଚି ବୃକ୍ଷରୋପଣ କାର୍ଯ୍ଯକ୍ରମ ର ଶୁଭାରମ୍ଭ କରିଥିଲେ I ବଜରଙ୍ଗୀ ଯୁବକ ସଂଘ ର ସଦସ୍ୟ ଲମ୍ବୋଦର ବେହେରା, ସୁଶାନ୍ତ ବେହେରା, ବଲରାମ ବେହେରା, ଅଶ୍ୱନୀ ବେହେରା, ସତ୍ୟଜିତ ବେହେରା, ସୁଶିଲ୍ ବେହେରା ଓ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ I ଏକ ସପ୍ତାହ ଧରି ଏହି କାର୍ଯ୍ୟକ୍ରମ ଚାଲୁ ରହିବ ଓ ପାଖା ପାଖି ଦୁଇ ସହ ରୁ ଉର୍ଦ୍ଧ ଚାରା ରୋପଣ କରାଯିବା ନେଇ ସଂଘ ପକ୍ଷରୁ ସୂଚନା ଦେଇଛନ୍ତି I

Leave A Reply

Your email address will not be published.

13 + ten =