ଭୁବନ ; ବ୍ରହ୍ମଣୀ ନଦୀରେ କୁମ୍ଭିର : ସତର୍କ କଲା ବନ ବିଭାଗ !

ଢେଙ୍କନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଓଢ଼ଣା ଗ୍ରାମରେ ନଦୀରେ କୁମ୍ଭିର ଆସିଥିବା ନେଇ ବନ ବିଭାଗ ପକ୍ଷରୁ ସତର୍କ ସୂଚନା କରାଯାଇଛି I ମାର୍ଥାପୁର ପଞ୍ଚାୟତ ଓଢ଼ଣା ଗ୍ରାମ ବ୍ରହ୍ମଣୀ ନଦୀରେ କୁମ୍ଭିର ଥିବା ନେଇ ପ୍ରଚାର ହେବ ପରେ ବନ କର୍ମଚାରୀ ପହଁଚି ନଦୀର ଚତୁଃପାର୍ଶ୍ଵ ଖୋଜା ଖୋଜି କରିବା ସହ ଲୋକ ମାନଙ୍କୁ ପଚରା ଉଚରା କରିଥିଲେ I ଗାଧୋଇବାକୁ ଯାଇଥିବା କିଛି ମହିଳାମାନେ କୁମ୍ଭିର ଦେଖିଥିବା କହୁଥିବା ବେଳେ ତଥାପି କୁମ୍ଭିର ଥିବା ସ୍ପଷ୍ଟ ହୋଇନାହିଁ I ଦୁଇ ତିନି ଦିନ ତଳେ ବ୍ରହ୍ମଣୀ ନଦୀ ବଢ଼ିରେ ପ୍ରଚୁର ପାଣି ଆସିଥିବା ରୁ କୁମ୍ଭିର ଆସି ଥାଇପାରେ ନେଇ ଅନୁମାନ କରାଯାଉଛି I ତଥାପି ଲୋକୋ ମାନଙ୍କ ମନରେ ଭୟ ରହିଥିବାବେଳେ ଆଜି ବନ ବିଭାଗ ପକ୍ଷରୁ ଡେପୁଟି ରେଞ୍ଜର ହିମାଂଶୁ ପୃଷ୍ଟି ଙ୍କ ନିର୍ଦ୍ଦେଶ କ୍ରମେ ବନ କର୍ମଚାରୀ ନାମିତ ବେହେରା ଡାକ ବାଜି ଜନ୍ତ୍ର ଦ୍ଵାର ନଦୀ ପାଖ ଗ୍ରାମ ଗୁଡିକ ରେ ସତର୍କ କରାଯାଇଛି I

Leave A Reply

Your email address will not be published.

20 − two =